Home ଜିଲ୍ଲା ପରିକ୍ରମା ବାଲି ଯାତ୍ରାର ରୂପ ନେଲା ବୈତରଣୀ ମହୋତ୍ସବ, ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

ବାଲି ଯାତ୍ରାର ରୂପ ନେଲା ବୈତରଣୀ ମହୋତ୍ସବ, ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

32

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – କନିକା ଚାନ୍ଦବାଲି ବୈତରଣୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ମଂଚ ସ୍ଥାନୀୟ ଦୁର୍ଗା ପଡିଆ ଠାରେ ହଜାର, ହଜାର ଦର୍ଶକଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱ ରୂପଙ୍କୁ ପୂନ୍ୟତ୍ରୟା ବୈତରଣୀ ନଦୀ ଜଳ ସମର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା । ମହୋତ୍ସବ କମିଟିର କାର୍ଯ୍ୟକାରୀ ସଦସ୍ୟ ନିର୍ମଳ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ କୋର୍ଟର ପୂର୍ବତନ ନ୍ୟାୟଧୀଶ ତଥା ସୋୟା ବିଶ୍ୱବିଦ୍ୟାଳୟର ନିର୍ଦେଶକ ସଞ୍ଜୟ କୁମାର ସାହୁ, ମୁଖ୍ୟବକ୍ତା କେନ୍ଦ୍ର ସୂଚନା ଅଧିକାର ଅଭିଯାନର ଉପସଭାପତି ଏବଂ ରାଜ୍ୟ ସଭାପତି ପ୍ରଦୀପ ପ୍ରଧାନ, ସମ୍ମାନିତ ଅତିଥି ବିଶିଷ୍ଟ ପରିବେଶବୀତ ତଥା ସମାଜସେବୀ ସୁଧୀର କୁମାର ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର ଅଭିଯାନର ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ମା’ ବୈତରଣୀ ନଦୀର ଇତି ବୃତି ଉପରେ ଆଲୋକପାତ କରି ଏପରି ପୁଣ୍ୟତୋୟା ନଦୀକୁ ସରକାର ଅବହେଳା ପ୍ରଦର୍ଶନ କରୁଥିବାରୁ ସମାଲୋଚନା କରିବା ସହିତ ନଦୀକୁ ପୁନଃ ଖନନ କରି ପ୍ରଦୂଷଣ ମୁକ୍ତ କରାଇବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ମହୋତ୍ସବରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ଅଭୟ କୁମାର ପତି ଏବଂ ସଂଗୀତ, କଳା ଓ ସଂସ୍କୃତିର ଉତଥାନ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ସାଗରୀକା ମଲ୍ଲିକଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଦସ୍ୟ ସୌମ୍ୟକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଆଡ଼ଭୋକେଟ ଆଦିତ୍ୟ ବିଶ୍ୱାଳ ସ୍ୱାଗତ ଭାଷଣ ଏବଂ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ବିଶିଷ୍ଟ ବେଞ୍ଜୁ ବାଦକ ସୁରେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ରାଜକନିକାର ପୁରୁଷୋତମ ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଅଧକ୍ଷା ସାଗରୀକା ମଲ୍ଲିକଙ୍କ ଚାନ୍ଦବାଲିର ଫାଇନ ଆର୍ଟ ଏଣ୍ଡ ମ୍ୟୁଜିକ କଲେଜର କଳାକାରମାନେ ଭଜନ, ଆଧୁନିକ ସଂଗୀତ ପରିବେଷଣ କରିବା ସହିତ ଚିତାକର୍ଷକ ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ ସମୂହ । ଉକ୍ତ ମହୋତ୍ସବରେ ସଭାପତି ବୈକୁଣ୍ଠନାଥ ପରିଡା, କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ପଣ୍ଡା, ଆବାହକ ବିଶ୍ୱକେଶରୀ ମହାନ୍ତି, ବରିଷ୍ଟ ସଦସ୍ୟ ଅମୀୟ ସାହୁ, ରଘୁନାଥ ସାହୁ,ବ୍ରଜ ସୁନ୍ଦର ମହାନ୍ତି, ଅମୂଲ୍ୟ କୁମାର ରାଉତ, ରଞ୍ଜନ ଦାସ, ଦେବବ୍ରତ ଦାସ, ସୌମ୍ୟକାନ୍ତ ନାୟକ, ରତିକାନ୍ତ ବାରିକ, କିଶୋର ନାୟକ, ଦିଲ୍ଲୀପ ବେହେରା, କେଦାର ମହାନ୍ତି, ସୁଶିଲ ବାରିକ,ପ୍ରେମଲତା ବାରିକ, ଗୀତାଞ୍ଜଳି ଜେନା, ଗୀତାଞ୍ଜଳି ମହାନ୍ତି,ଆଇଶା ରାଉତ,ଶୁଭଶ୍ରୀ ବାରିକ୍‌, ଚନ୍ଦ୍ରକାନ୍ତି ଦାସ, ସରୋଜ ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ, ପ୍ରକାଶ ସେଠୀ,ଅଶୋକ ସାହୁ, ତ୍ରିଲୋଚନ ପତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.