Home ଜିଲ୍ଲା ପରିକ୍ରମା ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଛାତ୍ରୀ ମୃତ୍ୟୁ

ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଛାତ୍ରୀ ମୃତ୍ୟୁ

8

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବଇଁଆ ଗ୍ରାମ ପଂଚାୟତ ତାଳପଦା ଗ୍ରାମର ନୃସିଂହ ପଣ୍ଡାଙ୍କ କନ୍ୟା ଭଣ୍ଡାରିପୋଖରୀ କଲେଜ +୨ ଦ୍ୱିତୀୟ ବର୍ଷ ର ଛାତ୍ରୀ ଶ୍ରଦ୍ଧାଞ୍ଜଳି କଲେଜ ଯାଉଥିବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର ମାଡି ଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଉକ୍ତ ସ୍ଥାନରେ ଚାପା ଉତେଜନା ଦେଖାଦେଇଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତକୁ ଆଣିଥିଲା। ଏହି ଘଟଣାର ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଛାତ୍ରୀଙ୍କ ଶେଷ ଦର୍ଶନ କରିବା ପୂର୍ବକ ଅମର ଆତ୍ମାର ସତ୍ ଗତି କାମନା କରିଥିଲେ। ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.