Home ଜିଲ୍ଲା ପରିକ୍ରମା ବାଲି ଚୋରି ପରେ ଏବେ ମହରମ ବୋଝେଇ ତିନୋଟି ହାଇୱା ଧାମନଗର ପୋଲିସ ଦ୍ୱାରା ଜବତ,...

ବାଲି ଚୋରି ପରେ ଏବେ ମହରମ ବୋଝେଇ ତିନୋଟି ହାଇୱା ଧାମନଗର ପୋଲିସ ଦ୍ୱାରା ଜବତ, ୩ ଡ୍ରାଇଭର ଗିରଫ

8
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଧିନରେ ବିଭିନ୍ନ ସ୍ଥାନରୁ ଏବେ ବେଆଇନି ଭାବେ ମାଟି ଓ ବାଲି ଚୋରା ଚାଲାଣ ହେଉଥିବା ବେଳେ ଧାମନଗର ପୋଲିସ ଏବେ ପୁରା ସକ୍ରିୟ ହୋଇ ଉଠିଛନ୍ତି।ପୂର୍ବରୁ ଥାନା ଓ ତହସିଲ ଏବଂ ଖଣି ବିଭାଗ ର ସଲା ସୂତରାରେ ଏହି ବେଆଇନି କାର୍ଯ୍ୟକୁ ସହଯୋଗ କରି ଚାଲି ଥିବାବେଳେ ଏବେ ଧାମନଗର ଥାନାକୁ ନୂଆ ବଡବାବୁ ଆସିବପରେ ବାଲି ମାଫିଆ ଙ୍କ ମଧ୍ୟରେ ଛାନିଆ ପଶିଚି।ନିକଟରେ ଦୁଇ ଟି ବାଲିଗାଡିକୁଧାମନଗର ପୋଲିସ ଜବତ କରି ମାମଲା ରୁଜୁ କରିଥିବା ବେଳେ ଏକ ସପ୍ତାହ ହେବ ଥାନା ରେ ଟ୍ରକ ଅଟକି ରହି ଥିବା ବେଳେ ଏବେ ଥାନା ବାବିଟ ଙ୍କ ମହରମ ଗାଡି ଉପରେ ନଜର ପଡିଛି।ମଙ୍ଗଳବାର ଦିନ ଧାମନଗର ବଡ ବଜାର ଠାରୁ ଥାନା ଅଧିକାରି ଗୋପାଳ କୃଷ୍ଣ ଜେନା ତିନୋଟି ହାଇୱା ଜବତ କରିଥିବା ଜଣାଯାଇଛି। ସେଥିରେ ମୋହରମ ଥିବା ଜଣାଯାଇଛି।ପ୍ରକାଶ ଥାଉକି ୩ ଟି ୧୦ ଚକିଆ ହାଇୱା ଓଆର-୧୬-ଇ ୦୪୫୫, ଓଡ଼ି-୦୯-ସି- ୫୯୬୧ ଏବଂ ଓଡ଼ି-୨୧-୩୯୧୮ ମୋହରମ ବୋଝେଇ କରି ଆସିଥିବା ବେଳେ ଧାମନଗର ଥାନା ଅଧିକାରୀ ଉକ୍ତ ହାଇୱା କୁ ଅଟକାଇ ଯାଂଚ କରିଥିଲେ। ତେବେ ଟ୍ରକ ଚାଳକ ଯୋଗ୍ୟ ଟ୍ରାଞ୍ଜିଟ ପାସ ବା ୱାଇ ଫର୍ମ ଦେଖାଇ ପାରି ନଥିଲେ। ଏଣୁ ଥାନାକୁ ନେଇ ୩ ଟି ହାଇୱା ନାମରେ ଗୋଟାଏ କେସ ୧୧୬/୨୫ ରେ ମାମଲା ରୁଜୁ କରିଥିବା ବେଳେ ଡ୍ରାଇଭର ଙ୍କୁ ଗିରଫ କରାଯାଇ ଥିବା ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.