ଭଦ୍ରକ, ୧୬ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ତହସିଲ ଅଧୀନ ବାଲିମେଦ ଗ୍ରାମରେ ଅଗ୍ନିକାଣ୍ଡ ଘଟି କୃଷ୍ଣ ଚନ୍ଦ୍ର ସାହୁ, କଳ୍ପତରୁ ସାହୁ, ଜ୍ୟୋତ୍ସ୍ନାରାଣୀ ସାହୁ ଓ ଭୋଳାନାଥ ସାହୁଙ୍କର ୭ବଖରା ଘର ଭସ୍ମୀଭୂତ ହୋଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ସେମାନଙ୍କର ସମସ୍ତ ଧନସମ୍ପତି ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ବାସୁଦେବପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ବାସୁଦେବପୁରରୁ ଦମକଳ ପହଂଚିବା ବହୁ ବିଳମ୍ବ ହେବାରୁ ସମ୍ପୂର୍ଣ୍ଣ ଘର ପୋଡ଼ି ପାଉଁଶ ହୋଇ ଯାଇଥିଲା। ଖବର ପାଇଁ ଜିଲାପରିଷଦ ସଭ୍ୟ ଗୋଲକ ଘଡ଼େଇ ଓ ବାଲିମେଦ ସରପଂଚଙ୍କ ପ୍ରତିନିଧି ବାବୁଲା ମଲିକ ଅଗ୍ନି ବିପନ୍ନଙ୍କ ନିକଟରେ ପହଂଚି ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ।