Home କେନ୍ଦୁଝର ବାଲିବୋଝେଇ ଡମ୍ପର ଓଲଟିଲା, ଅଳ୍ପକେ ବର୍ତ୍ତିଗଲେ ଚାଳକ

ବାଲିବୋଝେଇ ଡମ୍ପର ଓଲଟିଲା, ଅଳ୍ପକେ ବର୍ତ୍ତିଗଲେ ଚାଳକ

33

ହାଟଡ଼ିହି, ୧୫ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର ବେତିରା ଗାଁ ନିକଟରେ ଆଜି ଏକ ବାଲିବୋଝେଇ ଡମ୍ପର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । କିନ୍ତୁ ସୌଭାଗ୍ୟ ବସତଃ ଗାଡିର ଚାଳକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଓଆର୦୯ସି ୬୩୭୩ ନମ୍ବର ବିଶିଷ୍ଟ ଏକ ଡମ୍ପର ବାଲିବୋଝେଇ କରି ଆନନ୍ଦପୁର ଭଦ୍ରକ ରାସ୍ତାରେ ଯାଉଥିବା ସମୟରେ ବେତିରା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । କିନ୍ତୁ ଗାଡିର ଚାଳକ ଅଳ୍ପକେ ଏକ ବଡ ଦୁର୍ଘର୍ଟଣାରୁ ରକ୍ଷା ପାଇଯାଇଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.