Home ଜିଲ୍ଲା ପରିକ୍ରମା ବାଲିପୋଖରୀ ଏସକେପ କଂକ୍ରିଟରେ ଫାଟ!

ବାଲିପୋଖରୀ ଏସକେପ କଂକ୍ରିଟରେ ଫାଟ!

17

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବୈତରଣୀ ନଦୀରେ ଥିବା ନିର୍ମାଣାଧିନ ବାଲିପୋଖରୀ ଏସକେପ କଂକ୍ରିଟ ଉପରି ଭାଗରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ନଦୀ ଜଳସ୍ତର ଏହି ଏସକେପ ପାଶ୍ୱର୍କୁ ଲାଗିବା ପରେ କେତେକ ସ୍ଥାନରେ କଂକ୍ରିଟ ଛୋଟବଡ ଖଣ୍ଡ ହୋଇ ସ୍ୱତଃପ୍ରବୃତ୍ତ ଭାବେ ଉଠିଯାଇଥିଲା । ଏଥିଯୋଗୁଁ ସ୍ଥାନୀୟ ଅଂଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୂଚନା ପାଇ ଠିକାଦାର ମରାମତି କରିଥିଲେ । ହେଲେ ଏହା ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଗୋଟିଏ ବନ୍ୟା ପାଣି ସ୍ପର୍ଶରେ କ୍ଷତିଗ୍ରସ୍ତ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ବିଭାଗୀୟ ଯନ୍ତ୍ରୀଙ୍କ ବିନା ତଦାରଖରେ ନିର୍ମାଣ କାର୍ଯ୍ୟ ହୋଇଛି । ଏହି କାର୍ଯ୍ୟକୁ ପୁନଃ ଯାଞ୍ଚ କରାଯାଇ ଉପଯୁକ୍ତ ଭାବେ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଏହାର ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.