ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଚକ ପଂଚାୟତ ଅଧୀନ ବାଲିପାଳ ଗ୍ରାମରେ ଷଣ୍ଢ ବାନ୍ଧି ରଖିବାକୁ ନେଇ ସଂଖ୍ୟା ଲଘୁ ସଂପ୍ରଦାୟ ଓ କେତେକ ହିନ୍ଦୁ ଲୋକଙ୍କ ମଧ୍ୟରେ ଶୁକ୍ରବାର ରାତିରେ ଠେଲା ପେଲା ହୋଇ ଉତେଜନା ସୃଷ୍ଟିହୋଇଥିଲା । ଖବରପାଇ ତିହିଡି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସଦଳବଳେ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟକରି ଉତେଜନା ପ୍ରବଣ ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ବାଲିପାଳ ଗ୍ରାମରେ ୪/୫ଟି ଷଣ୍ଢକୁ ବାନ୍ଧି ରଖାଯାଇଥିବା କେତକ ହିନ୍ଦୁଲୋକ ଖବର ପାଇଥିଲେ।ପରେ ଆଖ ପାଖର କେତେକ ହିନ୍ଦୁଲୋକ ବାଲିପାଳ ଗ୍ରାମର ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ଘରେ ଓ ଗୁହାଳରେ ଷଣ୍ଢ ଖୋଜାଖୋଜି କରିଥିଲେ।ଖୋଜା ଖୋଜିବେଳେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଗୁହାଳରୁ ଗୋଟେ ଛୋଟ ଷଣ୍ଢ ବନ୍ଧା ହୋଇଥିବା ଦେଖିଥିଲେ।ବ୍ୟକ୍ତି ଏକ ଛୋଟ ଷଣ୍ଡକୁ ଗୋରୁ ଗୁହାଳରେ ବାନ୍ଧି ରଖିଥିବା କେତେକ ହିନ୍ଦୁ ସମ୍ପ୍ରଦାୟର ବ୍ୟକ୍ତି ଖବର ପାଇଥିଲେ । ତେବେ ହିନ୍ଦୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଖୋଜାଖୋଜିକୁ କେତେକ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇ ଉତେଜନା ଦେଖାଯାଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଆଗକୁ ରାମ ନବମୀ ଉତ୍ସବ ଥିବାବେଳେ ଶନିବାର ଇଦ ଉଲ ଜୁହା ପାଳିତ ହେଉଛି । ଏହାକୁ ଆଖିଆଗରେରଖି ଗ୍ରାମରେ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି। ଏବେ ପରିସ୍ଥିତି ନିୟନ୍ତ୍ରଣ ରହିଛିବୋଲି ଆଇଆଇସି ଶ୍ରୀ ଗ୍ରହାଚାର୍ଯ୍ୟ କହିଛନ୍ତି।








