Home ଓଡ଼ିଶା ବାଲିଗୁଡା : ବାଇକରେ ଗଞ୍ଜେଇ ଚାଲାଣ : ୨ ଗିରଫ

ବାଲିଗୁଡା : ବାଇକରେ ଗଞ୍ଜେଇ ଚାଲାଣ : ୨ ଗିରଫ

320

ବାଲିଗୁଡା, ୨୪/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧୀନସ୍ଥ କୁଡୁପାକିଆ ଠାରୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ିକୁ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ.ନୂଆଗାଁର ସୁଦାମ ପ୍ରଧାନ ଓ ଖଗେଶ୍ୱର ପ୍ରଧାନ।

ଜବତ ଗଞ୍ଜେଇର ଓଜନ ୧୫ କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ। ଏନେଇ କେସ୍‌ନଂ. ୪୫/୨୦୨୦ ପ୍ରକାରେ ଏକ ରୁଜୁ କରାଯାଇ ସୋମବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ସୁଦାମ ଓ ଖଗେଶ୍ୱର କୁଡୁପାକିଆରୁ ବାଇକ୍‌(ନଂ. ଓଡି୩୨ ବି୯୯୪୭) ଯୋଗେ ଏକ ବସ୍ତାରେ ୧୫ କେଜି ଗଞ୍ଜେଇ ନେଇ ଖୋର୍ଦ୍ଧା ଅଞ୍ଚଳର କୁହୁଡ଼ିକୁ ଯାଉଥିଲେ। ରବିବାର ସକାଳୁ କୌଣସି ସୂତ୍ରରୁ ଖବର ପାଇ ସୋରଡ଼ା-ଗାଜଲବାଡ଼ି ରାସ୍ତା ପାଟପଲି ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.