Home Coronavirus Outbreak ବାଲିଗୁଡା: କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ ବାଲିଗୁଡାରେ ଔଷଧ ଅଭାବ

ବାଲିଗୁଡା: କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ ବାଲିଗୁଡାରେ ଔଷଧ ଅଭାବ

414

ବାଲିଗୁଡା, ୫/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ )କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ ବାଲିଗୁଡାରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ ଔଷଧ ଆସି ପାରୁନାହିଁ, ଫଳରେ ଦୋକାନୀ ଓ ରୋଗୀମାନେ ସମସ୍ୟାରେ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଔଷଧ ଗୁଡିକ ଦୋକାନ ରେ ମିଳୁନାହିଁ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଔଷଧ ପାଇଁ ଏ ଦୋକାନରୁ ସେଦୋକାନ କୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି। ଅନ୍ୟ ପକ୍ଷରେ ଦୋକାନୀ ମାନେ କହୁଛନ୍ତି, ସାଧାରଣତଃ ଔଷଧ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଦି ସ୍ଥାନରୁ ଆସିଥାଏ। ବସ ଚଳାଚଳ ବନ୍ଦ ଥିବାରୁ ଔଷଧ ଆଣି ପାରୁନୁ। ବହୁ ଷ୍ଟକିଷ୍ଟ ଅଛନ୍ତି। କିନ୍ତୁ ଅଧିକ ଖର୍ଚ୍ଚ ପଡ଼ୁଥିବାରୁ ସେମାନେ ଔଷଧ ଆଣି ଦେଉ ନାହାନ୍ତି। ଏଣୁ ଏଭଳି ସମସ୍ୟା ଦେଖା ଦେଉଛି ବୋଲି ଔଷଧ ଦୋକାନର ମାଲିକ ମାନେ ପ୍ରକାଶ କରିଛନ୍ତି। ଅଧିକ ଖର୍ଚ୍ଚ।ନ୍ତ ହୋଇ ଗାଡି ପାସ କରି ଔଷଧ ଆଣିବାକୁ ପଡିବ, ଫଳରେ ଏଥିପାଇଁ ଯେଉଁ ଅଧିକ ଖର୍ଚ୍ଚ ହେବ ତାହା କିଏ ଭରଣା କରିବ ବୋଲି କେତେକ ଦୋକାନୀ ପ୍ରଶ୍ନ କରିଛନ୍ତି। ତେବେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସବୁ ପ୍ରକାର ଔଷଧ ଯୋଗାଇଦେବା ଉଚିତ ବୋଲି କେତେକ ରୋଗୀ ମତବ୍ୟକ୍ତ କରିଛନ୍ତି। ଏବେ ବିଶେଷ କରି ଡାଇବେଟିସ, ହୃଦରୋଗ, ଉଚ୍ଚ ରକ୍ତଚାପ ଭଳି ରୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖା ଦେଇଛି। ଏପରିକି ବଡ଼ ବଡ଼ ଔଷଧ ଦୋକାନ ରେ ମଧ୍ୟ ବହୁ ଔଷଧ ମିଳୁ ନ ଥିବାରୁ ରୋଗୀ ଔଷଧ ବଦଳାଇ ଖାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.