Home କନ୍ଧମାଳ ବାଲିଗୁଡା ଏନଏସି ଏପିଓଏସ ମେସିନ ମାଧ୍ୟମରେ ଅନଲାଇନରେ ଗୃହ ଟିକସ ଆଦାୟ ଶୁଭାରମ୍ଭ

ବାଲିଗୁଡା ଏନଏସି ଏପିଓଏସ ମେସିନ ମାଧ୍ୟମରେ ଅନଲାଇନରେ ଗୃହ ଟିକସ ଆଦାୟ ଶୁଭାରମ୍ଭ

49

ବାଲିଗୁଡା, ୩୦/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବିଜ୍ଞାପିତ ଅଂଚଳ ପରିଷଦର ଗୃହ ଟିକସ ଏବଂ ଏମପିଓଏସ ମେସିନ ମାଧ୍ୟମରେ ଅନଲାଇନନରେ ଗୃହ ଟିକସର ଅଦାୟର ଏନଏସି ଅଧକ୍ଷ ଲୋକନାଥ ପାଢୀ ଓ ବାଲିଗୁଡା ଏକ୍ସିସ ବ୍ୟାଙ୍କର ଶାଖା ପରିଚାଳକ ଦୀପକ ଦାସ ଓ ଜିଲ୍ଲା ସଂଯୋଜିକା ଲୀନା ଦାସ ଉପସ୍ଥିତ ରହି ଏହି ଏମପିଓଏସ ମେସିନର ଶୁଭାରମ୍ଭ କରିଛନ୍ତି।ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ସମସ୍ତ ଗୃହ ସମସ୍ତ ଲୋକେ ଅନଲାଇନ ମାଧ୍ୟମରେ ଗୃହ ଟିକସ ଦେବେ। ଆଜି ଏହି ଶୁଭାରମ୍ଭରେ ଏନଏସି ଅଧକ୍ଷ ଲୋକନାଥ ପାଢୀ ନିଜ ବାସଗୃହର ଟିକସ ପ୍ରଥମେ ଦେଇ ଏହାର ଶୁଭାରମ୍ଭ କରିଛନ୍ତି। କୋଭିଡ ପାଇଁ ଚଳିତ ବର୍ଷର ସେପ୍ଟେମ୍ବର ଓ ଅକ୍ଟୋବର ମାସର ଟିକସ ଉପରେ ଶତକାଡା ଦଶଭାଗ ଛାଡ କରାଯାଇଛି। ବାଲିଗୁଡାରେ ଏହିଭଳି ଗୃହ ଟିକସ ପ୍ରଥମ ଥର ପାଇଁ ଅନଲାଇନରେ ଆଦାୟ କରାଯାଉଛି ଓ ଘରର ଭେଲୁଏସନ ଦେଖି ବାର୍ଷିକ ଟିକସ ଆଦାୟ କରାଯାଉଛି ବୋଲି ଏନଏସି କଲାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଆହିର ଏହି କାର୍ଯ୍ୟକ୍ରମକୁ ଏନଏସିର ମୁକେଶ ରଂଜନ ନାୟକ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.