Home Coronavirus Outbreak ବାଲିଗୁଡା ଆସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା

ବାଲିଗୁଡା ଆସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା

190

ବାଲିଗୁଡା, ୨୦/୬ – (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟାବିସ୍ତାର କରୁଥିବା ବେଳେ କନ୍ଧମାଳରେ ମଧ୍ୟ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ଼ ୧୯କୁ ପ୍ରତିହୁତ କରିବା ପାଇଁ ଜ଼ିଲ୍ଲାରେ ୬ଗୋଟି ଆସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ସେଠାରେ ଖାଇବା ପିଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା ରହିଛି, କିନ୍ତୁ ଜ଼ିଲ୍ଲାରେ କିଛି ଆସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଅବ୍ୟବସ୍ଥାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବଡଗାଁ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଅସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକଙ୍କ ଘର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼େଲ ପଦର ଗାଁର ସମ୍ପୂର୍ଣ୍ଣ ମାଝୀ ବୋଲି ଜଣାପଡିଛି।

ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବାଲିଗୁଡା ପୋଲିସ ଓ ଉପଖଣ୍ଡ ପ୍ରଶାସନ ମାଜିଷ୍ଟ୍ରେଟ ତଥା ଉପ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖ ଙ୍କ ଉପସ୍ଥିତରେ ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉପ ଜ଼ିଲ୍ଲାପାଳ ଶ୍ରୀନନ୍ଦଙ୍କ ସୂଚନା ପ୍ରକାରେ କୁର୍ତ୍ତମଗଡ ସଙ୍ଗରୋଧ କେନ୍ଦ୍ରରେ କିଛିଦିନ ରହିବାପରେ ଗାଁକୁ ଫେରିଥିଲେ, ଘରେ କିଛିଦିନ ରହିବାପରେ ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ୧୬ ତାରିଖ ଦିନ ବାଲିଗୁଡା ସ୍ଥିତ ବଡ଼ଗାଁ କୋଭିଡ଼ କେୟାର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା ଚାଲିଥିଲା ଓ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ବି ରିପୋର୍ଟ ଆସିନାହିଁ। ମାନସିକ ଦୁଶ୍ଚିନ୍ତା ରେ କିଛିଦିନ ରହୁଥିଲେ। ଯାହାକି, ମାନସିକ ଭାରସାମ୍ୟ ହରାଇ ବେକରେ ଚିରା ବେଡ଼ସିଟ ଲଗାଇ ଆତ୍ମହତ୍ୟା କରିଛି। ମୃତ ଦେହ ମିଳିଥିବା ଏକ ବଖରାରେ ସୁଇସାଇଡ଼ ନୋଟ ମିଳିଛି। ସେଥିରେ ସେ ଅତ୍ୟଧିକ ଭୟଭୀତ ରହିଥିବା ସହ ଈଶ୍ୱରଙ୍କ ପାଖକୁ ଯିବାକୁ ଚାଁହୁଛି ବୋଲି ଉଲ୍ଲେଖ ରହିଛି। ଏହା କାରୋନା ଜନିତ ମୃତ୍ୟୁ ନୁହେଁ ବୋଲି ଉପ ଜ଼ିଲ୍ଲାପାଳ ସ୍ଵଷ୍ଟ କହିଛନ୍ତି।

ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ କୋଭିଡ କିଟ ଦିଆଯାଇ ସାମାଜିକ ଦୂରତା ରକ୍ଷାକରି ବାଲିଗୁଡାରେ ଶବ ସଂସ୍କାର କରାଯାଇଛି। ପରିବାରର ଆର୍ଥିକ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ରେଡକ୍ରଶ ପାଣ୍ଠି ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ହସ୍ପିଟାଲରେ ୩୧ଜଣ ପ୍ରବାସୀ ସ୍ୱାସ୍ଥ୍ୟକର୍ମୀ, ଡ଼କ୍ଟର ଓ ପୋଲିସ ଥାଉ ଥାଉ ଏଭଳି ଜଣେ କିପରି ଆତ୍ମହତ୍ୟା କଲା, ସେନେଇ ପ୍ରଶ୍ନବାଚି ସୃଷ୍ଟିହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.