Home କନ୍ଧମାଳ ବାଲିଗୁଡାର ସୁରଭି କାର୍ଯ୍ୟକ୍ରମ

ବାଲିଗୁଡାର ସୁରଭି କାର୍ଯ୍ୟକ୍ରମ

64

ବାଲିଗୁଡା, ୨୫/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ନୁଆସାହି ଉପ୍ରା ବିଦ୍ୟାଳୟରେ ଆଂଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ଚିତ ରଂଜନ ଯୋଗଦେଇ। ସମ୍ମାନୀତ ଅତିଥି ଭାବେ ପୁର୍ବତନ ହାଇସ୍କୁଲ ଶିକ୍ଷକ ରାଜ କିଶୋର ସାହୁ, ସିଆରସିସି ଗୌରୀ ଶଙ୍କର ପାଢୀ, ଅମୁଲ୍ୟ ନାୟକ, ଅଶୋକ ପାତ୍ର, କାଲି ଚରଣ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିକ୍ଷକ ପବିତ୍ର ପାଢୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ କରିଥିଲେ।କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା।ଶେଷରେ ଶିକ୍ଷକ ଶିଶିର କାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.