Home କନ୍ଧମାଳ ବାଲିଗୁଡାରେ ମାହେଶ୍ୱରୀ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ : ସରକାରୀ ଜମି ବିକ୍ରି ଅଭିଯୋଗ ଥାନାରେ ଏତଲା:...

ବାଲିଗୁଡାରେ ମାହେଶ୍ୱରୀ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ : ସରକାରୀ ଜମି ବିକ୍ରି ଅଭିଯୋଗ ଥାନାରେ ଏତଲା: କାର୍ଯାନୁଷ୍ଠାନ ଶୂନ : ଆନ୍ଦୋଳନ ପାଇଁ ଚେତାବନୀ

84

ବାଲିଗୁଡା, ୬/୬.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି, ବାଲିଗୁଡା ଟାଉନର ପଣସପଡି ସାହି ନିକଟସ୍ଥ ଗୋଲିଆଡ଼ଙ୍ଗରରେ ଦୀର୍ଘ ବର୍ଷରୁ ପୂଜାପାଉଥିବା ମାହେଶ୍ୱରୀ ମନ୍ଦିରର ମୂର୍ତ୍ତିକୁ କୌଣସି ଦୁର୍ବୁତ୍ତ ଭାଙ୍ଗିବା ସହିତ ଗୋଲିଆ ଡ଼ଙ୍ଗର ସଂଲଗ୍ନ ସରକାରୀ ଜମିକୁ ହଡପକରି ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ପଣସ ପଡି ସାହି ୧୧ ନମ୍ବର ୱାର୍ଡ ର କାଉନସିଲର ନାରାୟଣ ଡାକୁଆ ସମେତ ଗ୍ରାମବାସୀ। ଦୁର୍ବୁତ୍ତ ମାନେ ସରକାରୀ ଜମି ହଡପ ଉଦେଶ୍ୟରେ ଗୋଲିଆ ଡ଼ଙ୍ଗରର ବହୁ ମୂଲ୍ୟବାନ ଶାଳ ଗଛ କାଟିଥିବା ଅଭିଯୋଗ ହେଉଛି। ଉକ୍ତ ସ୍ଥାନରେ ବେଆଇନ ଗୃହ ନିର୍ମାଣ ମଧ୍ୟ ଚାଲୁରହିଛି, ଏନେଇ ପଣସପଡି ବାସିନ୍ଦା ବାଲିଗୁଡା ପୋଲିସ ଓ ପ୍ରଶାସନଙ୍କୁ ଗତ ମାସ ୨୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜକୁ ୧୦ ଦିନରୁ ଉର୍ଦ୍ଧ ସମୟ ବିତିଯାଇ ଥିଲେ ହେଁ ପୋଲିସ ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି। ଏଥି ପ୍ରତିତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପଣସପଡି ସାହି ବାସିନ୍ଦା ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.