Home କନ୍ଧମାଳ ବାଲିଗୁଡାରେ ଅଲୋଡା ହେଲେ ଅସଲ କୋରନା ଯୋଦ୍ଧା:ଟେଣ୍ଟ ହାଉସ, ଗୀତ ରେକଡ଼ିଂ ଓ ଫୋଟ ସ୍ଟୁଡ଼ିଓ...

ବାଲିଗୁଡାରେ ଅଲୋଡା ହେଲେ ଅସଲ କୋରନା ଯୋଦ୍ଧା:ଟେଣ୍ଟ ହାଉସ, ଗୀତ ରେକଡ଼ିଂ ଓ ଫୋଟ ସ୍ଟୁଡ଼ିଓ ମାଲିକଙ୍କୁ ସମ୍ମାନିତ କରୁଛି ପୋଲିସ

125

ବାଲିଗୁଡା, ୧୧/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ସମଗ୍ର ବିଶ୍ୱରେ ମହାମାରୀ କୋରନା ସଂକ୍ରମଣ କାୟା ବିସ୍ତାର କରୁଥିବାବେଳେ ଓଡିଶାରେ ମଧ୍ୟ କୋରନା ତାର କାୟାବିସ୍ତାର କରିଚାଲିଛି। ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ଼ -୧୯ର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଜ଼ିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଉଛି। ଅଦୃଶ୍ୟ ମହାମାରୀ କୋରନାକୁ ମାତଦେବାକୁ ଜ଼ିଲ୍ଲା ତଥା ଉପଖଣ୍ଡ ସ୍ତରରେ ଆଗଧାଡିର କାରୋନା ଯୋଦ୍ଧାଭାବେ ଡ଼କ୍ଟର, ପୋଲିସ, ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଓ ସାମ୍ବାଦିକ ମାନେ ଆପ୍ରାଣ ଉଦ୍ୟମ କରିଆସୁଛନ୍ତି। କୋରନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇଁ ସରକାର ବୀମା ଭୁକ୍ତ ବି କରିଛନ୍ତି। କୋରନା ଲଢେଇରେ ସାମିଲଥିବା ଯୋଦ୍ଧାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବାଲିଗୁଡାର ବିଭିନ୍ନ ସେବା ଅନୁଷ୍ଠାନ ଯୁବଗୋଷ୍ଠୀ ରାଜନୀତି ଦଳ ଅସହାୟଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ, ସାନିଟାଇଜର, ଛତା ଭଳି ବିଭିନ୍ନ ଜିନିଷ ବଣ୍ଟନ କରି ଲୋକଙ୍କୁ ସଚେତନ କରି ଆସୁଛନ୍ତି। ଫୁଲବାଣୀରୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଆସି ସଫେଇ କର୍ମୀଙ୍କ ମନୋବଳ ବୃଦ୍ଧିପାଇଁ ସମ୍ମାନିତ କରିଛନ୍ତି। ବାଲିଗୁଡା ପୋଲିସ ପକ୍ଷରୁ “ମୁଁ ବି କୋରନା ଯୋଦ୍ଧା”କାର୍ଯ୍ୟକ୍ରମ ବାଲିଗୁଡା ସ୍ଥିତ ମା’ବରାଳଦେବୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଏସଡିପିଓ ମାନସ ରଞ୍ଜନ ବାରିକ, ଡିଏସପି ମନୋଜ ପୂଜାରୀ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କୋରନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ, କିନ୍ତୁ ଏଥିରେ ଅସଲ କୋରନା ଯୋଦ୍ଧା ମାନଙ୍କୁ ଭୁଲି ଯାଇ ଟେଣ୍ଟ ହାଉସ ମାଲିକ, ରେକଡ଼ିଂ ସ୍ଟୁଡ଼ିଓ, ଫୋଟ ସ୍ଟୁଡ଼ିଓ ମାଲିକ, କମ୍ପୁଟର ଅପରେଟର ଓ ଦୁଇଜଣ ପ୍ରଥମ ଶ୍ରେଣୀର ସ୍ବେଛାସେବୀ ଅନୁଷ୍ଠାନର କର୍ମୀ ଙ୍କ ନାମରେ ଏବଂ ଭାରପ୍ରାପ୍ତ ଏନଏସି ଅଧକ୍ଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାକୁ ନେଇ ବାଲିଗୁଡାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଚାପା ଉତ୍ତେଜନା ଦେଖାଯାଉଛି। ଏ ଭଳି କ୍ଷେତ୍ରରେ ଅସଲ କୋରନା ଯୋଦ୍ଧା ମାନଙ୍କୁ ଏହା ମର୍ମାହତ କରିଛି। ପୋଲିସ କୋରନା ବିପତ୍ତି ବେଳେ ସୁରକ୍ଷାର ପ୍ରମୁଖ ଦାୟିତ୍ୱ ତୁଲାଉ ଥିବାବଳେ କୋରନା ଯୁଦ୍ଧରେ ଗଣମାଧ୍ୟମ ପ୍ରମୁଖ ବାର୍ତ୍ତା ବାହକ ସହ ସଚେତନତା କରିଛି। କିନ୍ତୁ ସାମ୍ବାଦିକଙ୍କୁ ଅଣଦେଖା କରାଯାଇଥିବା ସ୍ୱଷ୍ଟ ବାରିହେଉଛି। ଲକ ଡାଉନ ଆରମ୍ଭରୁ ପୋଲିସ ସଚେତନ ଗୀତ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରଛି, ମାସ୍କ ସାନିଟାଇଜର ବଣ୍ଟନ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛି। କିନ୍ତୁ କୋରନା ଯୋଦ୍ଧାଙ୍କୁ ସମ୍ମାନୀତକରିବା ଲକ୍ଷ୍ୟନେଇ କୋରନା ଯୁଦ୍ଧରେ ଭୂମିକା ନଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରି ପୋଲିସ ସହିତ ଦିନରାତି କୋରନା ମୁକାବିଲାରେ ସାମିଲ ଥିବା ଜଣେ ମଧ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିନାହିଁ। ଟେଣ୍ଟ ହାଉସ ହେଉକି ଫୋଟ ସ୍ଟୁଡ଼ିଓ ହେଉ ଗୀତ ରେକଡ଼ିଂ ସ୍ଟୁଡ଼ିଓ ହେଉକି କମ୍ପୁଟର ଅପରେଟର କେହି ବି ଲୋକଙ୍କୁ ମାସ୍କ ସାନିଟାଇଜର ଓ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରିଥିବା ନଜିର ନାହିଁ। ଅପରପକ୍ଷେ ବାଲିଗୁଡା ଓ ଫୁଲବାଣୀର ବିଭିନ୍ନ ସଂଗଠନ ମାସ ମାସ ଧରି ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ମାସ୍କ ଆଦି ବଣ୍ଟନ କରିଛନ୍ତି, ସେମାନଙ୍କୁ ପୋଲିସ କେମିତି ଭୁଲିଗଲା ବୋଲି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲିଗୁଡା ପୋଲିସର ଏହିଭଳି କୁଛିତ କିମାକାର ଦୃଷ୍ଟିଭଙ୍ଗୀ ଓ ଆୟୋଜନକୁ ଅସଲ କୋରନା ଯୋଦ୍ଧା ପାଇଁ ଅସମ୍ମାନ ବୋଲି କନ୍ଧମାଳ କୁଇ ସମନ୍ଵୟ ସମିତିର ସମ୍ପାଦକ ଲମ୍ବୋଦର କହଁର, ଯୁବ କଂଗ୍ରେସ ନେତା ଘନ କୁମାର ଶବର, ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୂପ କୁମାର ଜେନା, ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ପ୍ରମୁଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.