Home ଓଡ଼ିଶା ବାଲିଗୁଡା:ଟ୍ରାକ୍ଟର ମୋଟର ସାଇକେଲ ମୁହାଁମୁହିଁ ଧକ୍କା : ତିନିଜଣ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ

ବାଲିଗୁଡା:ଟ୍ରାକ୍ଟର ମୋଟର ସାଇକେଲ ମୁହାଁମୁହିଁ ଧକ୍କା : ତିନିଜଣ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ

198

ବାଲିଗୁଡ଼ା, ୨୫/୦୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍ ବାଇକ୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଖବରପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଦୁଇଜଣ ବାଲିଗୁଡ଼ା ଥାନା ଦିଗାପଦର ଗ୍ରାମର ରାଧାକୃଷ୍ଣ ପୂଜାରୀ ଓ ଦଶରଥ ବିଶିମାଝୀ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଫୁଲବାଣୀ ଯାଇ ଚିକିତ୍ସିତ ଅବସ୍ଥାରେ ସାଗର ଦିଗାଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଶୁକ୍ରବାର ରାତିରେ ସିନ୍ଦ୍ରିଗାଁ ପଟୁ ବାଲିଗୁଡ଼ା ଆଡ଼କୁ ଓଆର-୧୨- ୭୧୮୨ ନମ୍ବର ଯୁକ୍ତ ଏକ ଟ୍ରାକ୍ଟର ଆସୁଥିବା ବେଳେ ବାଲିଗୁଡ଼ା ପଟୁ ତିନିଜଣ ଯୁବକ ଏକ ପଲସର୍ ମୋଟରସାଇକେଲ ଓଡି- ୧୨ଏ-୩୬୯ ୨ ରେ ନିଜ ଗାଁ କୁ ଯାଉଥିବା ସମୟରେ କଟପଡ଼ି ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.