Home Top News ବାଲିଗଞ୍ଜରୁ ଟିଏମସିର ବାବୁଲ ସୁପ୍ରିଓ ଏବଂ ଆସାନସୋଲରୁ ଶତ୍ରୁଘ୍ନ ସିହ୍ନା ବିଜୟୀ

ବାଲିଗଞ୍ଜରୁ ଟିଏମସିର ବାବୁଲ ସୁପ୍ରିଓ ଏବଂ ଆସାନସୋଲରୁ ଶତ୍ରୁଘ୍ନ ସିହ୍ନା ବିଜୟୀ

71

ନୂଆ ଦିଲ୍ଲୀ ୧୬-୪ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର ବାଲିଗଞ୍ଜ ବିଧାନସଭା ଉପ-ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିଓ ବିଜୟୀ ହୋଇଥିବା ବେଳେ ଆସାନସୋଲରୁ ଶତ୍ରୁଘ୍ନ ସିହ୍ନା ବିଜୟୀ ହୋଇଛନ୍ତି। ବିଜେପିରୁ ଟିଏମସିକୁ ଆସିଥିବା ବାବୁଲ ସୁପ୍ରିଓ ବାଲିଗଞ୍ଜ ଆସନ ହାତେଇଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ଅଛି।

ବାଲିଗୁଞ୍ଜ ଉପ-ନିର୍ବାଚନର ଅନ୍ତିମ ରାଉଣ୍ଡ ଗଣନା ପରେ ବାବୁଲ ସୁପ୍ରିଓଙ୍କୁ ୫୦୭୨୨ ଭୋଟ୍ ମିଳିଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ପ୍ରାର୍ଥୀ ହଲିମଙ୍କୁ ୩୦,୮୧୮ ଭୋଟ ଏବଂ ବିଜେପିର କିୟା ଘୋଷ ୧୨,୯୬୭ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଅପର ପକ୍ଷରେ ପଶ୍ଚିମବଙ୍ଗର ଆସାନସୋଲ ସଂସଦୀୟ ନିର୍ବାଚନମଣ୍ଡଳୀରେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ରେକର୍ଡ଼ ସଂଖ୍ୟା ବ୍ୟବଧାନରେ ବିଜୟୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.