Home ଜଗତସିଂହପୁର ବାଲିକୁଦା ବ୍ଲକର ତଣ୍ଡିକୁଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା

ବାଲିକୁଦା ବ୍ଲକର ତଣ୍ଡିକୁଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା

78

ଜଗତସିଂପୁର – ୩/୬ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ବାଲିକୁଦା ବ୍ଲକର ତଣ୍ଡିକୁଳ ପଞ୍ଚାୟତରେ ବିଗତ ଆଠ ବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି।୪ ଟି ରାଜସ୍ୱ ଗ୍ରାମ ଶଙ୍କରସାହି, ଦିଗୋଡା, ତିହୁଡି ଓ ସାହଣସାହିର ଅଢେଇ ହଜାର ଲୋକ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଦନା ଗ୍ରାମର ଅର୍ଦ୍ଧାଧିକ ଲୋକ ମଧ୍ୟ ଏହି ସୁବିଧାରୁ ବଞ୍ଚିତ। ସ୍ଥାନୀୟ ସରପଞ୍ଚ ମାନସ ମନ୍ତ୍ରୀ ଏ ସଂପର୍କରେ ବିଭାଗୀୟ ଏସଡିଓ, ଯନ୍ତ୍ରୀ ଏବଂ ଜଗତସିଂପୁର ଜିଲ୍ଲାପାଳଙ୍କୁ ଭେଟି ବାରଂବାର ଅବଗତ କରାଇଛନ୍ତି।ଏହି ସବୁ ଗ୍ରାମର ଜନସାଧାରଣ ମଧ୍ୟ ବାଲିକୁଦା ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା କାର୍ଯ୍ୟାଳୟ କୁ ଯାଇ ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଜଣାଇଛନ୍ତି। ପ୍ରଶାସନିକ ଅଧିକାରୀ କେବଳ ସାନ୍ତ୍ୱନା ଓ ପ୍ରତିଶୃତି ଦେଇଚାଲିଛନ୍ତି ବସୁଧା ଯୋଜନାରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଚାହୁଁ ଚାହୁଁ ଆଠ ବର୍ଷ ବିତିଗଲା, ପର୍ବଭଳି ଏହି ଚାରିଟି ଗ୍ରାମର ଲୋକେ ଏବେବି କୂଅ ପୋଖରୀ ଉପରେ ନିର୍ଭର କରି ଚଳୁଛନ୍ତି। ଯେଉଁ କେତୋଟି ନଳକୂପ ଅଛି ସେଥିରୁ ହଳଦିଆ ପାଣି ବାହାରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.