Home କେନ୍ଦ୍ରାପଡ଼ା ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚିକା ଶେଷରେ ନ୍ୟାୟ ପାଇଲେ

ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚିକା ଶେଷରେ ନ୍ୟାୟ ପାଇଲେ

195

କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚିକା ଶେଷରେ ନ୍ୟାୟ ପାଇଥିବା ଦେଖାଯାଇଛି। ଘଟଣାରୁ ପ୍ରକାଶ ଯେ ପ୍ରାୟ ୧୮ମାସ ତଳେ ବାଲିଆ ଉଚ୍ଚ ବିଦ୍ୟାଳୟ ସହିତ ବାଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ହେବା ପରେ ବାଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବେ କାର୍ଯ୍ୟ କରୁଥିବା ସାବିତ୍ରୀ ଦାସଙ୍କୁ କେତେକ ଖଳ ପ୍ରକୃତିର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସାବିତ୍ରୀଙ୍କୁ ଅନୁସୂଚିତ ଜାତି ବର୍ଗର କହି କାର୍ଯ୍ୟରୁ ଅନ୍ତର କରିଥିଲେ। କିନ୍ତୁ ସାବିତ୍ରୀ ଲଢେଇଜାରି ରଖି ସରକାରଙ୍କ ନିର୍ଦେଶରେ ଶେଷରେ ନ୍ୟାୟ ପାଇଥିବାର ଦେଖିବାକୁ ମିଳିଛି। ସେ ପୂନର୍ବାର ପାଚିକ ଭାବେ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.