Home କେନ୍ଦ୍ରାପଡ଼ା ବାଲିଆ ଦୋଳମେଲଣ ଅନୁଷ୍ଠିତ

ବାଲିଆ ଦୋଳମେଲଣ ଅନୁଷ୍ଠିତ

131

କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ୨୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସିଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ଦୋଳ ମେଲଣ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ମଠ ଓ ମନ୍ଦିରର ପ୍ରାୟ ୬୦ଟି ବିମାନ ବାଲିଆସ୍ଥିତ ମେଲଣ ପଡିଆରେ ପହଁଚିଥିଲେ। ରାତି ୧୨ଟା ସୁଦ୍ଧା ସମସ୍ତ ବିମାନ ମେଲଣ ପଡିଆରେ ପହଁଚିବା ପରେ କାନୁନଗୋ ପରିବାରର ଦାୟାଦ ତାରା ପ୍ରସନ୍ନ କାନୁନଗୋ ଓ ଡା.ବିଶ୍ୱ ପ୍ରକାଶ କାନୁନଗୋଙ୍କ ପକ୍ଷରୁ ଭୋଗଲାଗି କରାଯାଇଥିଲା। ଏହି ମେଲଣରେ ଶ୍ରୀ ଲଛମନଜୀଉଙ୍କ ବିମାନ ପୋଲିସ ସୁରକ୍ଷା ମଧ୍ୟରେ ପହଁଚିଥିଲା। ଦୋଳ ମେଲଣ କମିଟି, ମଧୁସାଗର ମହୋତ୍ସବ କମିଟି, ବାଲିଆ ବଜାର କମିଟି ଓ ଭାଗବତପୁର ଗ୍ରାମପଂଚାୟତର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦୋଳମେଲଣରେ ପୋଲିସ ସହାୟତା କେନ୍ଦ୍ର, ଅଗ୍ନିଶମ ସହାୟତା କେନ୍ଦ୍ର, ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର, ସୂଚନା କେନ୍ଦ୍ର, ସ୍ୱଛତା ସଚେତନତା କେନ୍ଦ୍ର ଓ ବିଭିନ୍ନ ସଂସ୍ଥା ପକ୍ଷରୁ ପାନୀୟ ଜଳ ଯୋଗଣ କେନ୍ଦ୍ର ପ୍ରଭୃତି ଖୋଲାଯାଇଥିଲା। ଏହି ମେଲଣରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ପୋଲିସ ଫୋର୍ସଙ୍କ ସମେତ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.