ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ପ୍ରଶାସନର ଭୁଲ ବୁଝା ବଣା ପାଇଁ ବାଲିଆପାଳ ଫେରିଘାଟରେ ଚାଲିଲା ଦୁଇଟି ଯାତ୍ରୀ ବାହିବୋଟ । ଗୋଟିଏ ବୋଟ ଫେରି ଘାଟ ରେ ଅଳ୍ପ ଅର୍ଥ ଦାବୀ କରୁଥିବା ବେଳେ ଆଉ ଗୋଟିଏ ବୋଟ ଅଧିକ ଅର୍ଥ ଦାବୀ କରୁଛି ବୋଲି ଅଭିଯୋଗ ହୋଇଛି। କେଉଁ ବୋଟ ରେ ଯାତ୍ରୀ ଯାତାୟାତ କରିବେ ତାହା ନେଇ ଦ୍ୱନ୍ଦ ରେ ଯାତ୍ରୀ।ବ୍ଲକ ପ୍ରଶାସନ ନିଦାବିଷ୍ଣୁ।ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ବାଲିଆପାଳ ଫେରିଘାଟରେ ପୂର୍ବ ସୂଚନା ମୁତାବକ ବାଲିଆପାଳ ଫେରିଘାଟ ବଜରାପୁର ପଂଚାୟତ ଅଧିନରେ ଆଜକୁ ତିନିମାସ ହେବ ଥିବାବେଳେ ଏହାକୁ ଉକ୍ତ ପଂଚାୟତ କିଛି ବ୍ୟକ୍ତି ବିରୋଧ କରିବା ସହିତ ଅନ୍ୟ ଏକ ଯାତ୍ରୀ ବାହି ବୋଟ ଘାଟରେ ପକାଇ ଥିବା ଦେଖିବାକୁ ମିଳିଛି। ଅଭିଯୋଗ କାରୀଙ୍କ କହିବା କଥା ବଜାରପୁର ପଂଚାୟତ ସରପଞ୍ଚଙ୍କ ପତିନିଧି ବ୍ଲକ ପ୍ରଶାସନ କୁ ହାତ ବାରିସୀ କରି ଫେରିଘାଟ କୁ ନିଲାମ ନ କରି ନିଜ ଅଧିନରେ ରଖି ମୋଟା ଅଙ୍କରେ ଅର୍ଥ ରୋଜଗାର କରୁଥିବା ଦେଖିବାକୁ ମିଳୁଛି। ଏହାକୁ ସମ୍ପୂର୍ଣ ଖଣ୍ଡନ କରିଛନ୍ତି ବଜରାପୁର ସରପଞ୍ଚ ଅନିମା ଦାସ ତାଙ୍କ କହିବା କଥା ପଂଚାୟତ ର ଉନ୍ନତିକୁ ସହି ପାରୁନାହାନ୍ତି ବିରୋଧୀ। ଏ ନେଇ ଚାନ୍ଦବାଲି ବିଡ଼ିଓ ଙ୍କୁ ଫୋନ ଯୋଗେ ସାଧାରଣ ଜନତା ଅଭିଯୋଗ କରିଥିଲେ ମଧ୍ୟ୍ୟ ଏହାର କିଛି ଆସୁ ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ।ଚାନ୍ଦବାଲି ବ୍ଲକ ପ୍ରଶାସନ ଏହାର ଆପୋସ ସମାଧାନ ନ କରେ ତେବେ ଆଇନ ଶୃଙ୍ଖଳା ବିଗିଡି ଯିବାର ଯଥେଷ୍ଟ ସମ୍ଭାବନା ଥିବା କହିଛନ୍ତି ତୁରନ୍ତ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଏହି ଘାଟ କୁ ସର୍ବସାଧାରଣ ରେ ନିଲାମ କରିବା ଜରୁରୀ ହୋଇ ପଡିଛି।