ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ସହରର ଆପର୍ତିବିନ୍ଧା ନିବାସୀ ତଥା “ସାମସଙ୍ଗ ସର୍ଭିସିଂ”ର ମାଲିକ ସୁନୀଲ ଜେନାଙ୍କ ପତ୍ନୀ ସୁଶ୍ରୀ ସୌମ୍ୟ ଜେନା ବାସ ଗୃହ ବାଲକୋନୀରେ ଠିଆ ହୋଇଥିବାବେଳେ ତାଙ୍କର ୪ ୍ୱର୍ଷର ଶିଶୁ କନ୍ୟା ଆସି ତାଙ୍କ ଉପରେ ଆଉଜି ପଡ଼ିଥିଲେ। ଫଳରେ ବାଲକୋନୀର ଷ୍ଟିଲ ବାଡା ଟି ଭାଙ୍ଗି ଯିବାରୁ ଉଭୟ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ପ୍ରଥମେ ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ନେଇଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ଆପୋଲୋ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିବାବେଳେ ମା’ ସୁଶ୍ରୀ ସୌମ୍ୟାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି।






