Home କେନ୍ଦ୍ରାପଡ଼ା ବାରୋ ଗ୍ରାମପଞ୍ଚାୟତରେ ୭୬ତମ ସ୍ୱାଧୀନତା ଦିବସରେ ବରିଷ୍ଠାଗରିକଙ୍କୁ ସମ୍ବର୍ଦ୍ଧନା

ବାରୋ ଗ୍ରାମପଞ୍ଚାୟତରେ ୭୬ତମ ସ୍ୱାଧୀନତା ଦିବସରେ ବରିଷ୍ଠାଗରିକଙ୍କୁ ସମ୍ବର୍ଦ୍ଧନା

56

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଞ୍ଚାୟତରେ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପଞ୍ଚାୟତର ବରିଷ୍ଠ ନାଗରିକ, ଆଶା ଓ ଅଙ୍ଗନୱାଡିକର୍ମୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରଥମେ ସରପଞ୍ଚଗୋପିନାଥ ମଲିକ ପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀ ମଲିକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସରପଞ୍ଚ ଭାଗିରଥୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଗ୍ରାମପଞ୍ଚାୟତର ବରିଷ୍ଠ ନାଗରିକ, ଶିକ୍ଷାବୀତ, ଗଣମାଧ୍ୟମ ପ୍ରତିନିଧି, ଆଶା ଓ ଅଙ୍ଗନୱାଡିକର୍ମୀମାନଙ୍କୁ ପୁଷ୍ପମାଲ୍ୟ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ଶସ୍ମିତା ପଲେଇ, ପୂର୍ବତନ ସମତିସଭ୍ୟ ସୁଶାନ୍ତ କୁମାର ପରିଡା, ନାଏବ ସରପଞ୍ଚ ରତ୍ନାଞ୍ଜଳି ଦାସ, ପଞ୍ଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟାଙ୍କ ସମେତ ବରିଷ୍ଠ ନାଗରିକ, ଶିକ୍ଷାବୀତ, ଆଶା ଓ ଅଙ୍ଗନୱାଡିକର୍ମୀ, ଗ୍ରାମରୋଜଗାର ସେବକ ବଳଦେବ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ସୁମନ୍ତ ପରିଡା, ଗଙ୍ଗାଧର ମହାନ୍ତି, ଉମେଶ ପରିଡା, ଆଇନଜୀବୀ ରମେଶ ଚନ୍ଦ୍ର ଦାସ, ମାନସରଞ୍ଜନ ପରିଡା, ସମ୍ପଦ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.