ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାରିକପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବାରିକପୁର ବରିଷ୍ଠ ନାଗରିକ ମଂଚର ଚତୁର୍ଥ ବାର୍ଷିକ ଉତ୍ସବ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି।ମଂଚର କାର୍ଯ୍ୟକାରୀ ସଭାପତି ଡ. ପୁରୁଷୋତମ ଧଳଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ସମାଜସେବୀ ବଦ୍ରି ନାରାୟଣ ଧଳ, ବିଶିଷ୍ଟ ଅତିଥି ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଙ୍ଘର ସଭାପତି ଲଲାଟେନ୍ଦୁ ମହାନ୍ତି, ମୁଖ୍ୟ ବକ୍ତା ଜିଲ୍ଲା ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଧାମନଗର ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ ଓ ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନର ପନ୍ଥା ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଭାସ୍କର ଚନ୍ଦ୍ର ଦାସ, ପ୍ରଭାକର ମହାପାତ୍ର, ନୃସିଂହ ଚରଣ ମଲ୍ଲିକ, କରୁଣାକର ବାରିକ, ଅଭିମନ୍ୟୁ ମଲ୍ଲିକ, ମହେଶ୍ୱର ସ୍ୱାଇଁ, ନିରାକାର ଧଳ, ଧନେଶ୍ୱର ସ୍ୱାଇଁ ଆଲୋଚନାରେ ଭାଗ ନେଇଥିଲେ। ନାରାୟଣ ପୋଥାଳ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ବେଳେ ଦେବୀ ପ୍ରସନ୍ନା ଖୁଂଟିଆ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ସମ୍ପାଦକ ଜଗନ୍ନାଥ ନାୟକ ବାର୍ଷିକ ବିବରଣୀ, ଘନଶ୍ୟାମ ସ୍ୱାଇଁ ଅତିଥି ପରିଚୟ ଓ ଖଗେଶ୍ୱର ସୁତାର ଧନ୍ୟବାଦ ପ୍ରଦାନ କରିଥିଲେ।







