Home ଜିଲ୍ଲା ପରିକ୍ରମା ବାରମ୍ବାର ବିଦ୍ୟୁତ୍ କାଟ୍‌ର ପରିଣତି, ଅତିଷ୍ଠ ଲୋକେ ବିଦ୍ୟୁତ ଉପକେନ୍ଦ୍ରରେ ପକାଇଲେ ତାଲା

ବାରମ୍ବାର ବିଦ୍ୟୁତ୍ କାଟ୍‌ର ପରିଣତି, ଅତିଷ୍ଠ ଲୋକେ ବିଦ୍ୟୁତ ଉପକେନ୍ଦ୍ରରେ ପକାଇଲେ ତାଲା

14

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରମ୍ୱାର ପାୱାର କଟ୍ ରେ ଅତିଷ୍ଠ ହୋଇ ଗ୍ରାହକ ମାନେ ଇଲେକ୍ଟ୍ରିକ ଅଫିସ୍ (ବିଦ୍ୟୁତ ଉପକେନ୍ଦ୍ର)ରେ ପକାଇଲେ ତାଲା । ଏଭଳି ଘଟଣା ଘଟିଛି ଭଦ୍ରକ ସ୍ଥିତ ବିଜେ ଗଙ୍ଗାଧର ପୁର ବିଦ୍ୟୁତ ଉପକେନ୍ଦ୍ର ଠାରେ । ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ ଟାଟା କମ୍ପାନୀ ଇଲେକ୍ଟ୍ରିକ୍ ବିଭାଗକୁ ନେବା ଠାରୁ ବିଲ୍ ଦୁଇରୁ ତିନି ଗୁଣା ବଢ଼ି ଯାଇଛି । ସେହିପରି ପାୱାର କଟ୍ ମଧ୍ୟ ପୂର୍ବ ଠାରୁ ୧୦ ଗୁଣା ବଢ଼ି ଯାଇଛି । କଳା ମେଘ ଦେଖି କଟୁଛି କରେଟଂ । ପାୱାର କଟ୍ ହେଲେ ବିଭାଗୀୟ କର୍ତୃପକ୍ଷ ତାହାର ସଠିକ୍ ବିବରଣୀ ଦେଉନାହାନ୍ତି । ଅନେକ ସମୟରେ କଲ୍ ମଧ୍ୟ ଉଠାଉ ନାହାନ୍ତି । ବେଳେ ବେଳେ ଲାଇନ୍ ମ୍ୟାନ କଲ୍ ଉଠାଇ ଗୋଟିଏ ସ୍ଥାନରେ ହୋଇଥିଲେ ଅନ୍ୟ ଏକ ସ୍ଥାନର ନାମ କହୁଛନ୍ତି ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି । ଯଦି ଏହାର ସମାଧାନ ଯଥା ଶୀଘ୍ର କରା ନ ଯାଏ ତେବେ ଆଗମୀ ଦିନରେ ତାଲା ବନ୍ଦ ସହ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଂଚଳବାସୀ । ଅପର ପକ୍ଷରେ ବିଭାଗୀୟ ଅଧିକାରୀ ଏହାର ତୁରନ୍ତ ସମାଧାନ କରାଯିବ ବୋଲି ଗ୍ରାହକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ପାୱାର କଟ୍ ରୁ ସାଧାରଣ ଲୋକେ ତ୍ରାହି ପାଉଛନ୍ତି କି ନାହିଁ ଏହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.