Home ଜିଲ୍ଲା ପରିକ୍ରମା ବାବା ସିନ୍ଧୁକେଶ୍ୱର ପୀଠକୁ ପଯ୍ୟଟନ ତାଲିକାରେ ସ୍ଥାନିତ ପାଇଁ ରାଜ୍ୟ ସ୍କୃତି ପଯ୍ୟଟନ ମନ୍ତୀଙ୍କୁ ଦାବି...

ବାବା ସିନ୍ଧୁକେଶ୍ୱର ପୀଠକୁ ପଯ୍ୟଟନ ତାଲିକାରେ ସ୍ଥାନିତ ପାଇଁ ରାଜ୍ୟ ସ୍କୃତି ପଯ୍ୟଟନ ମନ୍ତୀଙ୍କୁ ଦାବି ପତ୍ର

44

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଣିଜୋ ପଂଚାୟତରେ କେଉଁ ଆବାହମାନ କାଳରୁପୂଜା ପାଉଛନ୍ତି ବାବା ପ୍ରତାପ ସିନ୍ଧୁକେଶ୍ୱର । ଉକ୍ତ ପୁରାତନ ଶୈବ ପୀଠ ପୁନଃ ଉଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଏବଂ ଉକ୍ତ ମନ୍ଦିରକୁ କୀର୍ତ୍ତିରାଜୀ ରୂପେ ଘୋଷଣା କରିବା ନିମନ୍ତେ ପଂଚାୟତବାସୀ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ପୁରାଣ ବର୍ଣ୍ଣିତ ବହୁ ପୁରାତନ କୀର୍ତିରାଜୀ ମଧ୍ୟରେ ଓ ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର ବାବା ପ୍ରତାପ ସିନ୍ଧୁକେଶ୍ୱରଙ୍କ ବିଜେ ସ୍ଥଳୀ ଭଦ୍ରକ ଜିଲ୍ଲା ସ୍ଥିତ ବନ୍ତ ବ୍ଳକ ଅଧିନସ୍ଥ ଅଣିଜୋ ଗ୍ରାମରେ ଅବସ୍ଥିତ ଥିଲେ ସୁଦ୍ଧା ଏହା ଭଦ୍ରକ ଜିଲ୍ଲା ସମେତ ଅନ୍ୟ ୩ଗୋଟି ଜିଲ୍ଲା କେନ୍ଦୁଝର,ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାର ସୀମାବର୍ତ୍ତି ହୋଇଥିବାରୁ ଉକ୍ତ ପୁରାତନ ଶୈବପୀଠରେ ସବୁସମୟରେ ୪ଜିଲ୍ଲାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଉକ୍ତ ଧାମରେ ଚଇତି ପର୍ବ(ପାଟୁଆ ଯାତ୍ରା),କାଉଡ଼ିଆ ମେଳା,କାର୍ତ୍ତିକ ପୂର୍ଣ୍ଣିମା,ମକର ସଂକ୍ରାନ୍ତି,ମହା ଶିବରାତ୍ରୀ ଆଦି ପର୍ବ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଥାଏ ।

ବିଶେଷ କରି ଏଠାକାର ମହା ଶିବରାତ୍ରୀ(ଜାଗର ପର୍ବ)ଏ ଅଂଚଳର ଖୁବ ପ୍ରସିଦ୍ଧ ଓ ଭକ୍ତଙ୍କ ଆଧ୍ୟାତ୍ମକ ଭାବଧାରାକୁ ଖୁବ ପ୍ରଭାବିତ କରିଥାଏ । ବାବା ସିନ୍ଧୁକେଶ୍ୱରଙ୍କ ର ଅପାର ମହିମା ଥିବାରୁ ଶ୍ରଦ୍ଧାଳୁମାନେ ସ୍ୱ ଇଛାରେ ବାବାଙ୍କୁ ଜମି ଦାନକରୁଥିଲେ । ଉକ୍ତ ଜମି ସେ ସମୟରେ ୨୬୫ ଏକର ଜମି ରହିଥିବାରୁ ପୂର୍ବସୂଚନାରୁ ଜଣାଯାଇଥିଲା । ଉକ୍ତ ଜମିର ଆୟ ଅର୍ଥରେ ପ୍ରଭୁଙ୍କର ବାରମାସରେ ତେର ପୂଜା ମହାଆଡ଼ମ୍ବରେ ପାଳିତ ହେଉଥିଲା । ବାବାଙ୍କ ସେବାପାଇଁ ଅଣିଜୋ ଗ୍ରାମର ୩୯ ଜଣ ବ୍ରାହ୍ମଣ ପରିବାର(ପଣ୍ଡା) ପୁଜାକାର୍ଯ୍ୟ ସଂପାଦନ କରୁଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ୨୬୫ଏକର ଅସ୍ଥାବର ସଂପତି ରୁ ବର୍ତ୍ତମାନ ମାତ୍ର ୧୮ ଏକର ଜମି ଥିବାର ସରକାରୀ ରେକଡ଼ ରୁ ଜଣାଯାଇଛି । ପାଖରେ ଥିବା ପବିତ୍ର କଣ୍ଡ ପୁଷ୍କରିଣୀ ପୁନଃ ଉଦ୍ଧାର ହାଇଛି । କିନ୍ତୁ ବତ୍‌ର୍ମାନ ଉକ୍ତ ଶୈବ ପୀଠ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ସରକାର ସଂସ୍କୃତି ଓ କଳା ସ୍ଥାପତ୍ୟ ଉପରେ ଗୁରୁତ୍ୱ ଦେଉଥିବାରୁ ଉକ୍ତ ଶୈବ ପୀଠକୁ ପୁନଃ ଉଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଏବଂ ଉକ୍ତ ମନ୍ଦିରକୁ ପଯ୍ୟଟନ ତାଲିକାରେ ସ୍ଥାନଦେବା ନିମନ୍ତେ ପଂଚାୟତବାସୀ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.