Home ଜିଲ୍ଲା ପରିକ୍ରମା ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା କଟାକ୍ଷ କରି ମନ୍ତବ୍ୟ ଦେବା ପ୍ରତିବାଦରେ...

ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା କଟାକ୍ଷ କରି ମନ୍ତବ୍ୟ ଦେବା ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

11

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତରତ୍ନ ତଥା ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ସଂସଦ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଟାକ୍ଷ କରିଥିବା ପ୍ରତିବାଦରେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥି ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ବାସୁଦେବପୁର ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରୀ ମୁର୍ଦାବାଦ, ଗୃହମନ୍ତ୍ରୀ ତୁମେ ଇସ୍ତଫା ଦିଅ, ଡ଼ଃ ବାବା ଆମ୍ବେଦକର ଜିନ୍ଦାବାଦ, ସମ୍ବିଧାନ ଜିନ୍ଦାବାଦ, ଜୟ ଭୀମ ନାରା ଦେଇ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ। ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ବିଧାୟକ ଅଶୋକ ଦାସ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା, ଚାନ୍ଦବାଲି ନେତା ଅମୀୟ ମହାପାତ୍ର, ଦିଗମ୍ବର ଦାସ, ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ଧାମନଗର ନେତା ରଞ୍ଜନ ବେହେରା, ବିଦ୍ୟାଧର ଜେନା, ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦ, ଅମିତା ଆଚାର୍ଯ୍ୟ, ଜ୍ୟୋସ୍ନାରାଣୀ ପତି, ଟାଉନ ସଭାପତି ମୁକିତ ଖାଁ, ତିହିଡି ବ୍ଲକ ସଭାପତି ସରୋଜ ଦାସ, ଧାମନଗର ବ୍ଲକ ସଭାପତି ରମେଶ ବେହେରା, ଚାନ୍ଦବାଲି ବ୍ଲକ ସଭାପତି ବୈଲୋଚନ ପଣ୍ଡା, ଭଣ୍ଡାରିପୋଖରୀ ବ୍ଲକ ସଭାପତି ବାବୁଲି ଚାନ୍ଦ, ଜିଲ୍ଲା ଯୁବ ନେତା ବଳରାମ ରାଉତ (ଚିଲିକା) ପ୍ରମୁଖ ଦଳୀୟ ନେତା ମାନେ ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା କଟାକ୍ଷ କରିଥିବାରୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ଏବଂ ସଂସଦ ଭବନରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ। ପରେ ବିଧାୟକ ଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୨୫ ନମ୍ବର ୱାର୍ଡ କାଉନସିଲର ସାହିଲ ବାବୁ, ପୂର୍ବତନ କାଉନସିଲର କଲାମ ବାବୁ, ସଂଖ୍ୟା ଲଘୁନେତା ଲାଲୁ ବାବୁ, ବାପୁଜୀ ପରିଡ଼ା, ଶଶିକାନ୍ତ ଜେନା, ପୂର୍ବତନ ସରପଂଚ ଭରତ ଚନ୍ଦ୍ର ତ୍ରିପାଠୀ, ପୀତବାସ ଧଳ, ଯୁବନେତା ଇଲିୟାସ୍ ଖାଁ, ରଞ୍ଜନ ଜେନା, ବାସୁଦେବପୁର ଯୁବ କଂଗ୍ରେସ ସଭାପତି ସିଦ୍ଧାର୍ଥ ଦାସ, ମନୋରଞ୍ଜନ ପାଢ଼ୀ, ସୁଶାନ୍ତ ମହାକୁଡ଼, ଆଲୋକ ସ୍ୱାଇଁ, ପୂର୍ବତନ ସରପଂଚ ଧରିତ୍ରୀ ଜେନା, ଜ୍ୟୋସ୍ନା ରାଣୀ ଜେନାଙ୍କ ସମେତ ବହୁ ଦଳୀୟ ନେତା ମାନେ ଯୋଗଦେଇ ଅମିତ ଶାହାଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିବା ସହ ନିନ୍ଦା କରିଥିଲେ। ବିଭିନ୍ନ ବ୍ଲକରୁ ପ୍ରାୟ ପାଂଚଶହରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.