Home ଜିଲ୍ଲା ପରିକ୍ରମା ବାବା ବୁଢା ଗଣେଷଙ୍କର ତୈଳ ଚିତ୍ର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ସ୍ଥାପନା

ବାବା ବୁଢା ଗଣେଷଙ୍କର ତୈଳ ଚିତ୍ର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ସ୍ଥାପନା

11

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପ୍ରସିଦ୍ଧ ଐତିହାସିକ ବାବା ବୁଢା ଗଣେଷଙ୍କର ଏକ ତୈଳଚିତ୍ର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କର ଉପସ୍ଥିତିରେ ସ୍ଥାପନା କରାଯାଇଅଛି । ଉକ୍ତ ତୈଳଚିତ୍ରଟିକୁ ବାବା ବୁଢା ଗଣେଷ କମିଟି ତରଫରୁ ପ୍ରଦାନ କରାଯାଇଅଛି । ଭଦ୍ରକରେ ଭାଇଚାରା ପ୍ରତିଷ୍ଠା ଦିଗରେ ବାବା ବୁଢା ଗଣେଷ କମିଟି ଦୀର୍ଘ ଦିନ ଧରି ବନ୍ଧୁ ମିଳନ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିଆସିଛି । ଉକ୍ତ ତୈଳଚିତ୍ରଟିର ସ୍ଥାପନା ପରେ ବିଭିନ୍ନ ଆଡୁ ଆସୁଥିବା ଜନସାଧାରଣ ବାବାଙ୍କର ମହିମା ବିଷୟରେ ଅବଗତ ହେବେ । ଏହିପରି ପ୍ରୟାସକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା ଭାଜନ ହୋଇପାରିଛି । ସ୍ଥାପନା ସମୟରେ ଜିଲ୍ଲାପାଳଙ୍କ ସମେତ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ବାବା ବୁଢା ଗଣେଷ କମିଟିର ସଦସ୍ୟବୃନ୍ଦ ଓ ସାମ୍ବାଦିକ ଅଶୋକ କୁମାର ନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.