Home ଜିଲ୍ଲା ପରିକ୍ରମା ବାବା ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଏମସିସି ମଣିନାଥପୁର ଚାମ୍ପିଆନ

ବାବା ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଏମସିସି ମଣିନାଥପୁର ଚାମ୍ପିଆନ

36

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ଖେଳପଡିଆରେ ଖପୁରିଆପଦା ବାବା ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଅଭିମନ୍ୟୁ ରାଉତ ଓ ଷୋଳମପୁର ଶିଶୁମନ୍ଦିର ପ୍ରତିଷ୍ଠାତା ବିଶ୍ୱମ୍ଭର ରାଉତ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ପ୍ରତ୍ୟେ ୬ ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଏମ.ସି.ସି. ମଣିନାଥପୁର ଓ କୋଣାର୍କ କ୍ରିକେଟ ଟିମ୍ ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ମଣିନାଥପୁର ଦଳ ପ୍ରଥମ ପାଳି ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୫ ଉଇକେଟ ହରାଇ ୩୭ ରନ ସ୍କୋର କରିଥିଲା । ଜବାବରେ କୋଣାର୍କ ଦଳ ୬ ଓଭରରେ ୭ ଉଇକେଟ ହରାଇ ୨୭ ରନ କରି ପରାଜିତ ହୋଇଥିଲା । ଏସ.କେ.ରାଜନ ମ୍ୟାନ ଅଫ ଦି ମ୍ୟାଚ ଓ ମିଥଲେସ ପାତ୍ର ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଉତ୍କଳ କେଶରୀ ବରାଳ ଓ ଶମ୍ଭୁନାଥ ମଲ୍ଲିକ ଆମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ବୁବୁ ମଲ୍ଲିକ ସ୍କୋରର ଓ ମାନସ ମଲ୍ଲିକ ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ । ଖେଳ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ôସବରେ ସମାଜସେବୀ ଶରତ ଚନ୍ଦ୍ର ଜେନା, ସୁଶାନ୍ତ ଧଳ, କିଶୋର ମଲ୍ଲିକ, ରାଜକିଶୋର ରାଉତ, ବିଶ୍ୱମ୍ଭର ରାଉତ, ପୁରୋହିତ ପରୀକ୍ଷିତ ପଣ୍ଡା ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ରାଜେନ୍ଦ୍ର, ମିକୁ, ବନ୍ଧନ, ପାକୁନି, ଶକ୍ତି, ଲକି, ଶୁଭମ, ବୁବୁ, ବାଙ୍ଗରା, କିରଣ, ରାଜୁ, ମେନକା, କାଳିଆ, ନାରାୟଣ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.