Home ଜିଲ୍ଲା ପରିକ୍ରମା ବାବା ବଟେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବାବା ବଟେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ

35

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ବାଲିପାଟଣାର ବ୍ରହ୍ମଚାରୀପାଟଣାସ୍ଥିତ ବାବା ବଟେଶ୍ୱର ମହାଦେବଙ୍କ ମନ୍ଦିର ପୁଃନ ଉଦ୍ଧାର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି । ଏହି ସର୍ବ ପୁରାତନ ମନ୍ଦିରଟି ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମନ୍ଦିରର ପୁନଉଦ୍ଧାର ସହିତ ପାଶ୍ୱର୍ଦେବା ଦେବୀଙ୍କ ସ୍ଥାପନ କରାଯାଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ, ଜଳାଧିବେଶ, ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନ, ମନ୍ଦିର ସ୍ନାନ, ଧୋଜା ଉତୋଳନ କରାଯାଇଥିଲା । ଶତାଧିକ ମହିଳା ଓ ପୁରୁଷ ବୈତରଣୀ ନଦୀର ବାସୁଦେବ ପୀଠରୁ ଏକ କଳସ ଶୋଭାଯାତ୍ରାରେ ତରାଇସାହି, ବ୍ରହ୍ମଚାରୀ ପାଟଣା, ବାଲିପାଟଣା ଓ ମୁକ୍ତାନଗର ଆଦି ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲେ । ତା ପରଦିନ ଯଜ୍ଞ, ଦେବାଦେବୀ ପ୍ରତିଷ୍ଠା ଆଦି କରାଯାଇଥିଲା । ପ୍ରତିଦିନ ଭଜନ, କିର୍ତନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧୋଜା ଉତୋଳନକୁ ସ୍ଥାନୀୟ ସରପଂଚ ଶିବବ୍ରତ ଦାସ ଉତୋଳନ କରିଥିଲେ । କର୍ତା ଭାବେ ଉମେଶ ମହାନ୍ତି ଓ ତାଙ୍କ ପତ୍ନୀ ଥିଲେ । ଆଜି ପୀଠରେ ନାମଯଜ୍ଞ, ଜାଗର ଉତ୍ସବ ସହିତ ମହାଦୀପ ମନ୍ଦିର ବେଢାକୁ ଉଠାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳର ଜନସାଧାରଣ ସହଯୋଗ କରିଥିଲେ । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ସମେତ ବହୁ ରାଜନେତା ଉପସ୍ଥିତ ରହି ବାବା ବଟେଶ୍ୱରଙ୍କୁ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.