Home ଜିଲ୍ଲା ପରିକ୍ରମା ବାବା ଗଜାନନ ପୂଜା କମିଟି ଓ ଜିଲ୍ଲା ପ୍ରସାଶନ ପକ୍ଷରୁ ବୃକ୍ଷରୋପଣ ସଚେତନତା ନେଇ “ଦାସ...

ବାବା ଗଜାନନ ପୂଜା କମିଟି ଓ ଜିଲ୍ଲା ପ୍ରସାଶନ ପକ୍ଷରୁ ବୃକ୍ଷରୋପଣ ସଚେତନତା ନେଇ “ଦାସ କାଠିଆ’

4

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଦମବେଡା ସ୍ଥିତ ନାୟକ କଲୋନୀର ବାବା ଗଜାନନ ପୂଜା କମିଟି ପକ୍ଷରୁ ଗତକାଲି ସନ୍ଧ୍ୟା ରେ କମିଟି ର ଉପଦେଷ୍ଟା ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ବିଶିଷ୍ଟ ଅତିଥି ଭାବେ ପୌରାଧ୍ୟକ୍ଷ ଗୁଲମୁଖୀ ହବିବ, ନାରୀ ନେତ୍ରୀ କଳ୍ପନା ଜେନା, ସଂଯୁକ୍ତା ବଳ, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ । ଦ୍ୱିତୀୟ ସନ୍ଧ୍ୟା ରେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ ଙ୍କ ତତ୍ୱାବଧାନ ରେ ସେକ ନିଜାମ ମନମୋହନ ପରିଷଦ ର ସମ୍ପାଦକ ରାମନାରାୟଣ ମହାନ୍ତି, ଶୁଭ୍ରସ୍ମିତା ରାଉତ ପ୍ରମୁଖ ମେଲୋଡି ପରିବେଷଣ କରିଥିଲେ କ୍ଷଗଜାନନ ପୂଜା କମିଟି ଓ ଜିଲ୍ଲା ପ୍ରସାଶନ ପକ୍ଷରୁ ବୃକ୍ଷ ରୋପଣ ସଚେତନତା ଅଭିଯାନ ନେଇ “ଦାସ କାଠିଆ” ଉତ୍ସବ ଆଜି ଶନିବାର ଦିବା ୧୧ଘଟିକା ରେ ଅନୁଷ୍ଠିତ ହୋଇଯାଇଛି । ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗ ଅଧିକାରୀ ତନୁଜା ସିର୍କା,ଉପସଭାପତି ତ୍ରିଲୋଚନ ପଣ୍ଡା ସଂଗଠିକା ଦମୟନ୍ତୀ ରାଉତ, କବୟିତ୍ରୀ ଗୀତାଞ୍ଜଳି ଅଗସ୍ତି, କବି ରମେଶ ଚନ୍ଦ୍ର ସ୍ୱାଇଁ,ଖବର ଦାତା ପ୍ରଦୀପ କୁମାର ବଳ,ଆଇନଜୀବି ପ୍ରବୋଧ କୁମାର ଅଗସ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ହିଁ ଜୀବନ, ମା ପାଇଁ ଗଛ ଟିଏ ଲଗାଇବା ଜରୁରୀ ବୋଲି କହିଥିଲେ । ଗାୟକ ସୁଦାମ ସାହୁ ଓ ତାଙ୍କ ସାଥି ମାନେ ସଚେତନତା ନେଇ ଦାସ କାଠିଆ ପରିବେଷଣ କରିଥିଲେ କ୍ଷଉପଦେଷ୍ଟା ଆଶିଷ ଅମିତାଭ ମହାପାତ୍ର ସ୍ୱାଗତ,କମିଟି ସଭାପତି ସନିଆ ନାୟକ ଅତିଥି ପରିଚୟ ଓ କମିଟି ର ସମ୍ପାଦକ ଶିବା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ନୃତ୍ୟ ଶିଳ୍ପୀ ଜାଗୃତି ଦାସ ମଲ୍ଲିକ ଙ୍କୁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.