Home ଜିଲ୍ଲା ପରିକ୍ରମା ବାବା କ୍ଷେମେଶ୍ୱର ସ୍ୱେଚ୍ଛାସେବୀ ସଂଗଠନର ଶୀତ ବସ୍ତ୍ର ବଂଟନ

ବାବା କ୍ଷେମେଶ୍ୱର ସ୍ୱେଚ୍ଛାସେବୀ ସଂଗଠନର ଶୀତ ବସ୍ତ୍ର ବଂଟନ

6

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ବନ୍ଧଗାଁ ପଂଚାୟତ ର ପାଂଚପଡା ସ୍ଥିତ ଏକ ଅଗ୍ରଣୀ ସାମାଜିକ ସଙ୍ଗଠନ ବାବା କ୍ଷେମେଶ୍ୱର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଶୀତ ପାଇଁ କମ୍ବଳ ବଂଟନ କରା ଯାଇଛି। ଚରମ୍ପା ରେଳ ଷ୍ଟେସନ ରେ ଅସହାୟ ଲୋକଙ୍କୁ ଏହା ବଂଟନ କରା ଯାଇଛି। ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡା ଙ୍କ ଅନୁଜ ଶ୍ୟାମ ମାନସ ପଣ୍ଡା (ହରି ପଣ୍ଡା) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାବା କ୍ଷେମେଶ୍ୱର ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଏଥିରେ ଯୋଗ ଦେଇଥିଲେ। ସେମାନେ ହେଲେ ସମ୍ପାଦକ ଗଣେଶ ମହାଳିକ, ସନ୍ତୋଷ, ସୁଶାନ୍ତ, ଏବଂ ବରିଷ୍ଠ ସଦସ୍ୟ ହୃଷୀକେଶ ସେଠୀ। କୋଡ଼ିଏ ଖଣ୍ଡ କମ୍ବଳ ବଂଟନ ହୋଇଛି ବୋଲି ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି। ଆଗକୁ ଆହୁରି କମ୍ବଳ ବଂଟନ କରାଯିବ।ଅନୁଷ୍ଠାନ ର ଏପରି ସୁନ୍ଦର କାର୍ଯ୍ୟ ପାଇଁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.