ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୪ଟା ରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ର ସଦଭାବନା ସଭା ଗୃହ ରେ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ୱର ମହାଦେବ ବିଜେ ଆରଡ଼ିଙ୍କର ଶ୍ରାବଣୀ ଯାତ୍ରା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଦିଲିପ ରାଉତରାୟ ଅଧକ୍ଷତା କରିଥିଲେ। ଏଥିରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇଥିଲେ ।ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ,ଅତିରିକ୍ତ ଜିଲ୍ଲ।ପାଳ ଶ୍ରୀ ଶାନ୍ତନୁ ମହାନ୍ତି, ଉପ ଜିଲ୍ଲ।ପାଳ ଶ୍ରୀ ସୌରଭ ଚକ୍ରଭର୍ତି, ଜିଲ୍ଲାପରିଷଦ ସଭ୍ୟ ତଥା ବିଧାୟକ ଙ୍କ ପ୍ରତିନିଧି ପ୍ରିନ୍ସ ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଉପସ୍ଥିତ ରହିଥିଲେ । ମହାଦେବ ଙ୍କ ପାଂଚ ପାଳି ଶ୍ରାବଣ ମାସିକ କାଉଡ଼ି ଯାତ୍ରା ର ସୁବ୍ୟବସ୍ଥିତ ଆୟୋଜନ ନିମନ୍ତେ ଜିଲ୍ଲାପାଳ ସମସ୍ତ ବିଭାଗୀୟ କର୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରାବଣ ମାସ ପ୍ରତ୍ୟେକ ରବିବାର ଓ ସୋମବାର ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ମନ୍ଦିର ନିକଟରେ ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥି ସହିତ ମନ୍ଦିର ସନ୍ନିକଟ ସମସ୍ତ ଅବ୍ୟସ୍ଥିତ ରାସ୍ତା କୁ ବ୍ୟବସ୍ଥିତ କରିବା ନିମନ୍ତେ ପୂର୍ତ ବିଭାଗ କୁ ନିର୍ଦ୍ଦେଶ ଦିଆ ଯାଇଛି। ପୁନଶ୍ଚ ନିର୍ବିଛିନ୍ନ ବିଦ୍ୟୁତ ସେବା ଓ ଘାଟ ର ଆଲୋକିକରଣ ନିମନ୍ତେ ବିଦ୍ୟୁତ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ଦିର ଫେରନ୍ତା ଶ୍ରଦ୍ଧାଳୁ ଙ୍କ ସୁବିଧାଜନକ ପ୍ରତ୍ୟାଗମନ ନିମନ୍ତେ ଅଂଚଳ ପରିବହନ ଅଧିକାରୀ ଏବଂ ଓଏସଆରଟିସି କର୍ତୃପକ୍ଷ ଙ୍କୁ ପରାମର୍ଶ ଦିଆଯାଇଥିଲା। ଆରଡ଼ି ମନ୍ଦିର କୁ ସଂଯୋଗ କରୁଥିବା ମାର୍ଗସ୍ଥ ବିଦ୍ୟାଳୟ ଗୁଡ଼ିକ ରେ ରବିବାର ରାତିରେ ଶ୍ରଦ୍ଧାଳୁ ଙ୍କ ଆଶ୍ରୟ ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷ।ଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା।ଏହି ସଭା ରେ ଉପସ୍ଥିତ ବରିଷ୍ଠ ସେବାୟତ ବିଜୟ କୁମାର ଦାଶ ମନ୍ଦିର ର ନିତିକାନ୍ତି ବିଷୟ ରେ ସମସ୍ତ ଙ୍କୁ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ଏଥିରେ ଭକ୍ତ ଙ୍କ ନିମନ୍ତେ ନିଶୁଳ୍କ ପ୍ରସାଦ ଯୋଗାଇବା ପାଇଁ ନିର୍ଦ୍ଧାରିତ କରାଯାଇଥିବାର ସୁଚନା ଦେଇଥିଲେ।







