Home ଜିଲ୍ଲା ପରିକ୍ରମା ବାବା ଆଖଣ୍ଡଳମଣିଙ୍କ ପାଖରେ ମାନସିକ ପୂଜା ଲାଗି କଲେ ପୂର୍ବତନ ସାଂସଦ

ବାବା ଆଖଣ୍ଡଳମଣିଙ୍କ ପାଖରେ ମାନସିକ ପୂଜା ଲାଗି କଲେ ପୂର୍ବତନ ସାଂସଦ

4

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଂଗ୍ରେସ ଦଳର ପୂର୍ବତନ ସାଂସଦ ଓ ବିଧାୟକ ଅନନ୍ତ ପ୍ରସାଦ ସେଠୀ ବୁଧବାର ଆରଡି ପୀଠର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ପାଖରେ ପରିବାରଙ୍କ ସହ ମାନସିକ ପୂଜା କରିବା ସହିତ ପୁତ୍ର ଓ ନାତିମାନଙ୍କର ମୁଣ୍ଡନ କାର୍ଯ୍ୟ କରିଥିଲେ। ପରେ ବାବାଙ୍କ ପାଖରେ ଘର୍ଷଣ ଓ ଜଳଲାଗି କରିଥିଲେ। ଶ୍ରୀ ସେଠୀଙ୍କ ସହ ପୁତ୍ର କୁମାର ଚିରଞ୍ଜିବି, ଚିରଂଜିତ, ଧାମନଗର ବ୍ଲକ କଂଗ୍ରେସ ସଭାପତି ତଥା ଆଇନଜୀବୀ ରମେଶ ଚନ୍ଦ୍ର ବେହେରା,ବରିଷ୍ଠ ନେତା ବିକ୍ରମ କୁମାର ମହାପାତ୍ର, ବାସୁଦେବ ସେଠୀ, ଲିଲି ସେଠୀ, ପିନୁ ସେଠୀ ପ୍ରମୁଖ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ବାବାଙ୍କ ସେବାୟତ ଆର୍ତବନ୍ଧୁ ପାଢୀ, ଚନ୍ଦ୍ରକାନ୍ତ ପାଢୀ, ଜ୍ୟୋତିପ୍ରକାଶ ପାଢୀ, ଓମ୍ ପ୍ରକାଶ ପାଢୀ, ପ୍ରଶାନ୍ତ ଦାସ, ମାନସ ଦାସ, ଶିବାନନ୍ଦ ପାଢୀ, କୈଳାସ ପାଢୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.