Home ଜିଲ୍ଲା ପରିକ୍ରମା ବାବାମଣି ଡିଗ୍ରି ମହାବିଦ୍ୟାଳୟରେ ମାନସିକ ଅବସାଦ କର୍ମଶାଳା

ବାବାମଣି ଡିଗ୍ରି ମହାବିଦ୍ୟାଳୟରେ ମାନସିକ ଅବସାଦ କର୍ମଶାଳା

1

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକ ସୁଖମୟ ଜୀବନ ଯାପନ ନିମିତ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ମଧ୍ୟ ଖୁବ ଜରୁରୀ। କିନ୍ତ ପ୍ରତିଯୋଗିତା ସଂପନ୍ନ ଜଗତରେ ବ୍ୟକ୍ତି ନିଜର କାମନାକୁ ଚରିତାର୍ଥ କରିବାକୁ ଯାଇ ବିଫଳ ହେଲେ ଧୈର୍ଯ୍ୟହରା ହୋଇଥାଏ ଏବଂ ନିଜର କ୍ଷତି ସାଧନ କରିଥାଏ। ମାନସିକ ଅବସାଦ ଓ ଚାପର ବରଶବରତି ହୋଇ ଆତ୍ମହତ୍ୟାର କରୁଣ କାହାଣୀ ବହୁ ଉଦାହରଣ ଆମପାଖରେ ଅଛି। ଏ ମାନସିକ ରୋଗର ଲକ୍ଷଣ କାରଣ ପ୍ରତିକାର ଆବଶ୍ୟକତା ଦ୍ରୁଷ୍ଟି ରୁ ଭଦ୍ରକ ଜିଲ୍ଲା ମୁଖ୍‌୍ୟ ଚିକିତ୍ସାଳୟ ଓ ବାବାମଣି ଡିଗ୍ରି କଲେଜ ଏନ.ଏସ.ଏସ ସଂସ୍ଥା ସହଯୋଗ ରେ ଏକ ମାନସିକ ଅବସାଦ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଆଲୋଚକ କ୍ଲିନିକାଲ ସାଇକୋଲଜିଷଟ ଲୋନି ଲିଓନି ବେହେରା ଏ ସମ୍ବନ୍ଧରେ ଉପସ୍ଥିତ ଶତାଧିକ ଛାତ୍ର ଛାତ୍ରୀଙ୍କ ଠାରେ ଆଲୋଚନା କରିଥିଲେ।ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଙ୍କ ସଂଚାଳନରେ ଏବଂ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ ସଭାପତିତ୍ୱ ରେ ଏହି କର୍ମଶାଳାରେ ମୂଖ୍ୟ ଅତିଥି ଭାବେ ଇଂଜିନିୟର ଅଭୟ ସୁତାର , ଅତିଥି ଭାବେ ଡାକ୍ତର ଅନିଲ ଦାସ , ଅଧ୍ୟାପକ ବିଜୟ କୁମାର ଦାଶ, କୋଡିନେଟର ଦେବେନ୍ଦ୍ର ନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ +୨ ଅଧ୍ୟକ୍ଷ ନିହାର ରଞ୍ଜନ କର, ସୁବାସ ଚନ୍ଦ୍ର ପଣ୍ଡା, କେଶବକର ପଣ୍ଡା , ଶିବପ୍ରସାଦ ସାହୁ ,ଲକ୍ଷ୍ମୀପ୍ରିୟା ରାଉତ ,ମନ୍ଦାକିନୀ ମହାପାତ୍ର , କରିସ୍ମା ମହାନ୍ତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.