Home Top News ବାତ୍ୟା ‘ୟଶ୍’ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବାତ୍ୟା ‘ୟଶ୍’ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

62
The Prime Minister, Shri Narendra Modi chairing a meeting to review the impact of Cyclone ‘Yaas’, through video conferencing, in New Delhi on May 27, 2021.

ଏହି ଅବସରରେ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତା କାଲି ସକାଳ ୧୦.୩୦ ଘଟିକାରେ ଭୂବନେଶ୍ୱର ପହଂଚି ବାତ୍ୟା ସଂପର୍କୀତ ସମୀକ୍ଷା ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ସମୀକ୍ଷା ବୌଠକ ପରେ ବାତ୍ୟାଂଚଳ ଗସ୍ତ କରି କ୍ଷୟକ୍ଷତି ସଂପର୍କରେ ଅବଗତ ହେବେ
୨୦୧୯ ମସିହାରେ ଫନୀ, ୨୦୨୦ ମସିହାରେ ଅମ୍ଫାନ ବାତ୍ୟା ସମୟରେ ଓଡିଶା ଆସି ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ
ବାତ୍ୟା ପୂର୍ବ୍ରୁ ମୋଦି ସରକାରଙ୍କ ଦ୍ୱାରା ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮.୫ ଲକ୍ଷ ବାସଗୃହ ଆବଂଟନ, ଜାତୀୟ ବିପର୍ଯୟ ପାଂଠିରୁ ୬୪୧.୬ କୋଟି ଟଙ୍କା ପ୍ରଦାନ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ : ସମୀର ମହାନ୍ତି

ଭୁବନେଶ୍ୱର, ୨୭/୦୫ (ଓଡ଼ିଆ ପୁଅ) : ବାତ୍ୟା ୟଶ୍ ଗତ କାଲି ଭଦ୍ରକ ଓ ବାଲେଶ୍ୱର ମଧ୍ୟବର୍ତୀ ଅଂଚଳରେ ଲ୍ୟାଣ୍ଡଫଲ କରି ଉତର-ପଶ୍ଚିମ ଦିଗ ଆଡେ ଗତି କରି ମୟୁରଭଂଜ ଦେଇ ଓଡିଶା ଅତିକ୍ରମ କରିଛି। ବାତ୍ୟା ଓ ବର୍ଷା କାରଣରୁ ବହୁ ଧନଜୀବନ ହାନି ହୋଇଛି। ପ୍ରଭାବିତ ଅଂଚଳରେ ଲୋକମାନଙ୍କ ଘରଦ୍ୱାର ଭାଙ୍ଗି ଯିବା ସହ ବନ୍ୟା ପାଣି ଘରେ ପଶି ବହୁ କ୍ଷୟକ୍ଷତି ଘଟାଇଛି। ବହୁ ସଂଖ୍ୟରେ ଗରୀବ, ଅସହାୟ ଲୋକମାନେ ବାତ୍ୟାଶ୍ରୟ ସ୍ଥଳରେ ରହିଛନ୍ତି। ଏହା ସହ ଗୋପାଳିତ ପଶୁମାନଙ୍କ ମଧ୍ୟ କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ସଂପର୍କରେ ଅବଗତ ହେବା ସହ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ପାଇଁ ଆସନ୍ତା କାଲି ସକାଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡଶା ଆସୁଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା କାଲି ସକାଳ ୧୦.୩୦ ଘଟିକାରେ ଭୂବନେଶ୍ୱର ପହଂଚି ବାତ୍ୟା ସଂପର୍କୀତ ସମୀକ୍ଷା ବୈଠକରେ ଯୋଗ ଦେବେ। ଏହା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବାତ୍ୟା ଓ ବନ୍ୟାଂଚଳ ପରିଦର୍ଶନ କରି ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିବେ।

ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୦୧୯ ମସିହାରେ ଫନୀ, ୨୦୨୦ ମସିହାରେ ଅମ୍ଫାନ ବାତ୍ୟା ସମୟରେ ଓଡିଶା ଆସି ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ। ଏଥରର ୟଶ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଯଥାଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ସହ ଆଲୋଚନା କରିବେ।

ବାତ୍ୟା ପୂର୍ବ୍ରୁ ମୋଦି ସରକାରଙ୍କ ଦ୍ୱାରା ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮.୫ ଲକ୍ଷ ବାସଗୃହ ଆବଂଟନ, ଜାତୀୟ ବିପର୍ଯୟ ପାଂଠିରୁ ୬୪୧.୬ କୋଟି ଟଙ୍କା ପ୍ରଦାନ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.