Home ଜିଲ୍ଲା ପରିକ୍ରମା ବାତ୍ୟା ଯୋଗୁଁ ଆତଙ୍କିତ ଡାଳୁଅ ଧାନଚାଷୀ

ବାତ୍ୟା ଯୋଗୁଁ ଆତଙ୍କିତ ଡାଳୁଅ ଧାନଚାଷୀ

80

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ୟସ’କୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଡାଳୁଅ ଧାନଚାଷୀମାନେ । ଚାଷଜମିରେ ଡାଳୁଅ ଧାନଚାଷ ପାଚି ଅମଳ ଅବସ୍ତାକୁ ଆସିଯାଇଛି । ଆଉ ଦିନ କେତୋଟି ମଧ୍ୟରେ ଚାଷୀମାନେ ଧାନ ଅମଳ କରି ଖଳାକୁ ଆଣିଥାନ୍ତେ । ହେଲେ ଅସମୟରେ ବାତ୍ୟା ଓ ତତ୍‌ଜନିତ ବର୍ଷା ଯୋଗୁଁ ଡାଳୁଅ ଧାନ ନିଶ୍ଚିତ କ୍ଷତି ହେବା ଆଶଙ୍କାରେ ପ୍ରମାଦ ଗଣିଲେଣି ଚାଷୀମାନେ । ଚଳିତ ବର୍ଷ ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ପଞ୍ଚାୟତରେ ୩୨ ହେକ୍ଟର, ବୟାବନାପୁର ପଞ୍ଚାୟତରେ ୨୫ ହେକ୍ଟର, ନେରଡାରେ ୧୫ ହେକ୍ଟର, ପାଟୁଳିରେ ୨୯ ହେକ୍ଟର, ରାଜେନ୍ଦ୍ରପୁରରେ ୪୩ ହେକ୍ଟର, ରାମଚନ୍ଦ୍ରପୁରରେ ୩୨ ହେକ୍ଟର, ତେସିଙ୍ଗାରେ ୨୨ ହେକ୍ଟର, ରଜଣିତରେ ୧୦ହେକ୍ଟର, ରହଣିଆରେ ୫ ହେକ୍ଟର, ନିର୍ଗୁଣ୍ଡିରେ ୩୮ ହେକ୍ଟର, ଜଳମଣ୍ଡୁଆରେ ୩୦ ହେକ୍ଟର, କୁରିଗାଁରେ ୧୨ ହେକ୍ଟର, ମାଳଦାରେ ୩୦ ହେକ୍ଟର ଓ ନପଙ୍ଗରେ ୨୦ ହେକ୍ଟର ଡାଳୁଅ ଧାନ ଚାଷ କରାଯାଇଛି । ମୋଟ ୫୪୧ ହେକ୍ଟର ମଧ୍ୟରୁ କାଁ ଭାଁ ଡାଳୁଅ ଧାନ ଅମଳ କରାଯାଇଛି । ଏବେ ବାତ୍ୟ ଓ ବର୍ଷା ହେଲେ ଧାନ ଫସଲ ନଷ୍ଟ ହୋଇଯିବ । ଗତ ଦୁଇ ତିନ ଧରି ଚାଷୀମାନେ କୌଣସି ମତେ ଅମଳ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ସିଂହଭାଗ ନଷ୍ଟଯିବା ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.