ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ମୋନ୍ଥା’ପ୍ରଭାବରେ ଭଦ୍ରକ ଜିଲ୍ଲା ଅଧିନ ଚାନ୍ଦବାଲିରେ ୭୪ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ଏହା ସହିତ ବ୍ଲକରେ ଧାନ ଚାଷ ହୋଇଥିବା ମୋଟ ୩୨ ହଜାର ୭ଶହ ୨୯ହେକ୍ଟର ଜମି ପ୍ରଭାବିତ ହୋଇଥିବା ଲକ୍ଷ କରାଯାଉଛି। ଗତ କାଲି ରାତ୍ରୀରେ ଯେଉଁ ଭଳି ବେଗରେ ପବନ ବୋହି ଥିଲା ସେଥିରେ ଧାନ ବିଲରେ ଅଧିକାଂଶ ଜମିରେ ଚାଷ ହୋଇଥିବା ବିଲରେ ଥୋଡ ବାହାରୁଥିଲା। ବର୍ଷା ସାଙ୍ଗକୁ ପବନ ବୋହିବା ଫଳରେ ତାହା ସମ୍ପୂର୍ଣ୍ଣ ପଡିଯାଇଛି। ଭବିଷ୍ୟତରେ ଏହି ଜମି ଗୁଡିକରେ ଧାନ ବଦଳରେ ହେବ ଅଗାଡି। ଯାହାକି ବର୍ତମାନ ଚାଷୀର ମୁଣ୍ଡରେ ଚଡକ ପଡିଯିବା ସଦ୍ରୁଶ ହୋଇଛି। ଯେଉଁଭଳି ଦ୍ରୁତ ବେଗରେ ପବନ ବୋହିବା ସାଙ୍ଗକୁ ପ୍ରବଳ ବର୍ଷା ଗର୍ଭ ଧାରଣ କରିଥିବା ଧାନ ଗଛକୁ ଗଭୀର ମାତ୍ରାରେ ଆଘାତ ଦେଇଛି।ବର୍ତମାନ ଧିରେ ଧିରେ ଥୋଡ ବାହାରୁଥିବା କେନ୍ଦାରୁ ଜଣାଯାଉଛି ଧାନ କ୍ଷୀର ବସିବା ବଦଳରେ କଳାପଡି ଶୁଖିବାକୁ ଲାଗିଲାଣି। ଆଗାମୀ ଦିନରେ ଧାନ ବଦଳରେ ଅଗାଡି ହେବା ନିଶ୍ଚିତ। ହେଲେ ଚାଷୀ ଯେଉଁ ଋଣ କରଜ କରି ଚାଷ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବା ସହ ନିଜର ମୂଲ୍ଯବାନ ସମୟ ବିନିଯୋଗ କରିଛି ତାହାର ପ୍ରତିବଦଳରେ ଧାନ ବଦଳରେ ଅଗାଡି ଅମଳ କରିବା ଥୟ ଏଥିରେ ସନ୍ଦେହ ନାହିଁ। ବର୍ତମାନ ଡବଲଇଞ୍ଜିନ ସରକାର ଇନପୁଟ ସବସିଡ ଓ ବୀମା କମ୍ପାନୀ ଦ୍ୱାରା କେଉଁ ହିସାବରେ ଚାଷୀଙ୍କୁ କି ପ୍ରକାର କେତେ ଟଙ୍କାର ଆର୍ôଥକ ସହାୟତା ଯୋଗାଇ ପାରି ଚାଷୀଙ୍କ ପ୍ରିୟ ଭାଜନ ହୋଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Home ଜିଲ୍ଲା ପରିକ୍ରମା ବାତ୍ୟା ମୋନ୍ଥା ପ୍ରଭାବ, ଚାନ୍ଦବାଲିରେ ୭୪ମିମି ବର୍ଷା, ୩୨ହଜାର ହେକ୍ଟର ଚାଷ ଜମି ପ୍ରଭାବିତ,ଚାଷୀ ମୁଣ୍ଡରେ...








