Home ଜିଲ୍ଲା ପରିକ୍ରମା ବାତ୍ୟା ମୋନ୍ଥା ପାଇଁ ସଜାଗ ପ୍ରଶାସନ, ସ୍ୱାସ୍ଥ୍ୟକେନ୍ଦ୍ରରେ ଆସନ୍ନପ୍ରସବ ମହିଳା ସୁରକ୍ଷିତ,ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଛି

ବାତ୍ୟା ମୋନ୍ଥା ପାଇଁ ସଜାଗ ପ୍ରଶାସନ, ସ୍ୱାସ୍ଥ୍ୟକେନ୍ଦ୍ରରେ ଆସନ୍ନପ୍ରସବ ମହିଳା ସୁରକ୍ଷିତ,ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଛି

9

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରଶାସନ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି। କୌଣସି ଲୋକଙ୍କର ଅସୁବିଧା ନହେବାପାଇଁ ପ୍ରଶାସନ ତତ୍ପର ରହିଛି କ୍ଷସମସ୍ତ ବିଭାଗର ଅଧିକାରୀମାନେ ବିପନ୍ନଙ୍କ ସେବା ଓ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ରହିଥିବା ନେଇ ବିଡ଼ିଓ ନିରଞ୍ଜନ ବାରିକ କହିଛନ୍ତି । ଗୋବିନ୍ଦପୁର ପଂଚାୟତର ତଳହଂସପାଟ ଗ୍ରାମ ଓ ଶ୍ୟାମସୁନ୍ଦରପୁର ପଂଚାୟତ ଅଧିନ ଶ୍ୟାମସୁନ୍ଦରପୁର ଦାସସାହିରୁ ଆସନ୍ନ ପ୍ରସବା ମହିଳାଙ୍କୁ ଅଣାଯାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସବୁ ଗ୍ରାମକୁ ଆବଶ୍ୟକୀୟ ଔଷଧ ପଠାଯାଇଛି ।ଆବଶ୍ୟକ ସ୍ଥଳେ ଡାକ୍ତରୀଦଳ ପହଂଚିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ଶୁଭ କାନ୍ତ ଓଝା ଓ ବିତୀୟ ଅଧିକାରୀ ବିପ୍ଳବ ରଂଜନ ପତି ସୂଚନା ଦେଇଛନ୍ତି । ବିଦ୍ୟୁତ କାଟ ସମୟରେ ବିପନ୍ନ ଯେମିତି ଅନ୍ଧାରରେନ ରୁହନ୍ତି ସେଥିପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଡିଜି ବ୍ୟବସ୍ଥା କରାଯାଇଛି।ତତସହିତ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଥିବା ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମାନସୀ ମହାପାତ୍ର କହିଛନ୍ତି। ବାତ୍ୟାରେ କୌଣସି ମୁହୂର୍ତରେ ଗଛ ,ବିଦ୍ୟୁତ ଖୁଂଟ ଉପୁଡି ପଡିଲେ ଅଗ୍ନିଶମ ସେବା କେନ୍ଦ୍ର ସଫାକରି ବାକୁ ପ୍ରସ୍ତୁତ ରହିଛି ବୋଲି ଅଗ୍ନିଶମ କେନ୍ଦ୍ର ଇନଚାର୍ଜ ସୁବାଷ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।ବିପନ୍ନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ବୋଲି ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ ସୂଚନଦେଇ କହିଛନ୍ତି । ସୋମବାର ରାତି ଠାରୁ ତିହିଡି଼ ବ୍ଲକର ଅଧିକାଂଶ ସ୍ଥାନରେ ତୁହାକୁତୁହା ବର୍ଷା ସହିତ ବଜ୍ରପାତ ଲାଗି ରହିଛି କ୍ଷ ମଙ୍ଗଳବାର ସନ୍ଧ୍ୟାରେ ମୋନ୍ଥା ଲ୍ୟାଣ୍ଡଫଲ କରିବା ସହ ରାତିରେ ଅତିକ୍ରମ କରିବ ।ଏହି ସମୟରେ ପବନର ବେଗ ବଢିବ ବୋଲି ପାଣିପାଗ ସୂତ୍ରରୁ ଖବର ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.