Home ଜିଲ୍ଲା ପରିକ୍ରମା ବାତ୍ୟା ‘ଜୱାଦ’ ପ୍ରଭାବରେ ପ୍ରବଳ ବର୍ଷା ସହ ସୁଲୁସୁଲିଆ ପବନ, ବିଭିନ୍ନ ଚାଷ ନଷ୍ଟ, ଚାଷୀକୂଳ...

ବାତ୍ୟା ‘ଜୱାଦ’ ପ୍ରଭାବରେ ପ୍ରବଳ ବର୍ଷା ସହ ସୁଲୁସୁଲିଆ ପବନ, ବିଭିନ୍ନ ଚାଷ ନଷ୍ଟ, ଚାଷୀକୂଳ ଚିନ୍ତାରେ

125

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲା ରଧାମନଗର ବ୍ଲକ୍ ଓ ସହରାଞ୍ଚଳରେ ବାତ୍ୟା ‘ଜୱାଦ’ ପ୍ରଭାବରେ ଗତକାଲି ରାତିରୁ ଅଳ୍ପ ବର୍ଷା ଆରମ୍ଭ ହୋଇ ଆଜି ସକାଳୁ ପ୍ରବଳରୁ ପ୍ରବଳ ବର୍ଷା ସହିତ ସୁଲୁସୁଲିଆ ପବନ ଯୋଗୁଁ ଚାଷୀଙ୍କ ସମେତ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉପକୂଳ ଓଡ଼ିଶାକୁ ବାତ୍ୟାର ଭୟ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଥିଲେ ହେଁ ବାତ୍ୟା ପ୍ରଭାବରେ ବର୍ଷା ଓ ପବନ ହେବା ପାଇଁ ସତର୍କ ସୂଚନା ଦେଇଥିଲେ । ଧାମନଗର ଅଂଚଳରେ ବର୍ଷା ଓ ସୁଲୁସୁଲିଆ ପବନ ଲାଗିରହିଛି । ଯାହାଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବାବେଳେ ରାସ୍ତାରେ ଯାନବାହନ ଚଳାଚଳ କାଁ ଭାଁ ଦେଖିବାକୁ ମିଳିଛି । ଏପରିକି ଧାମନଗରରୁ କଟକ, ଭୁବନେଶ୍ୱର, ଭଦ୍ରକକୁ ବସ୍ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ବାତ୍ୟାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ଏବଂ ବ୍ଲକ୍ ପ୍ରଶାସନ ତରଫରୁ ପୁରା ସଜାଗ ଅଛନ୍ତି ବୋଲି ବିଡିଓ ଦୁର୍ଗାଚରଣ ମୁର୍ମୁ ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଧାମନଗର ବ୍ଲକ୍ ତଳିଆ ଅଂଚଳର ପାଚିଲା ଧାନ ସହ, କୋବି, ଭେଣ୍ଡି, ବାଇଗଣ, ପୋଟଳ, ଜହ୍ନି ଇତ୍ୟାଦି ପନିପରିବା ଚାଷରେ ପାଣି ବୁଡି ସଂପୂର୍ଣ୍ଣ ନଷ୍ଟ ହୋଇଛି । ପୂର୍ବରୁ ଆଳୁ, ପିଆଜ ଠାରୁ ଆରମ୍ଭ କରି ପନିପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ବାତ୍ୟା ପ୍ରଭାବରେ ବର୍ଷା ବିଭିନ୍ନ ସ୍ଥାନରେ ପନିପରିବା ନଷ୍ଟ ହେବା ଫଲରେ ଆଗକୁ ଦର କଣ ହେବ ଏନେଇ ଚିନ୍ତାରେ ପଡିଛି ଖାଉଟି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.