Home ଓଡ଼ିଶା ବାତ୍ୟା ଓ ବନ୍ୟା ଅମ୍ଫାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବାତ୍ୟା ଓ ବନ୍ୟା ଅମ୍ଫାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

222

କେନ୍ଦ୍ରାପଡା ୧୮/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ ଓ ବର୍ଷା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ୧୨ଜଣ ଜିଲ୍ଲାପାଳଙ୍କ ସହ ବାତ୍ୟାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ସମୟରେ ଜିରୋ କାଜୁଆଲିଟି ବା ବାତ୍ୟାରେ କେହି ଯେପରି ମୃତ୍ୟୁ ବରଣ ନକରନ୍ତି ତାହା ଉପରେ ଗୁରୁତ୍ୱାରୋପକରି ଜିଲ୍ଲାପାଳ ଏସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ସଚେତନ କରାଇଥିଲେ। ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ସ୍ୱରୂପ ଓଡ୍ରାଫଟିମ ମୃତୟନ ସହ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନେଇ ଉଦ୍ଧାର କାର୍ଯ୍ୟ କରାଯିବା ଓ ଭାଙ୍ଗପଡିଥିବା ଗଛ ଗୁଡିକୁ ରାସ୍ତାରୁ ହଟାଯାଇ ରାସ୍ତା ସଫା କରାଯିବା, ଜିଲ୍ଲାରେ ସୋମବାର ଠାରୁ ବର୍ଷା ଆରମ୍ଭ ହୋଇ ବୁଧବାର ୮୦କିମି.ବେଗରେ ପବନ ବହିବା ଓ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଖାଦ୍ୟ ଯୋଗାଣ ବିବାଗ ପକ୍ଷରୁ ପ୍ରତ୍ୟେକ ପଂଚାୟତ ମୁଖ୍ୟାଳୟରେ ଖାଦ୍ୟ ଓ କିରୋସିନ ଗଛିତ ରଖାଯାଇଛି। ପଶୁ ସମ୍ପଦ ବିଭାଗ ପକ୍ଷରୁ ଗୋରୁଗାଇଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ମତ୍ସ୍ୟ ବିଭାଗ ପକ୍ଷରୁ ରାଜନଗର, ମହାକାଳପଡା ସମୁଦ୍ର ଉପକୂଳ ଅଚଂଳର ଧିବରମାନେ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟ ବିଭାଗ ତଦାରଖ କରିବାକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। କୃଷି ଓ ସମବାୟ ବିଭାଗ କୃଷକଙ୍କ ଶସ୍ୟର ସୁରକ୍ଷା ଓ ବିଲରେ ଥିବା ଫସଲ ଉଠାଇ ତୁରନ୍ତ ନିରାପଦ ସ୍ଥାନରେ ରଖିବାକୁ ସଂପୃକ୍ତ ବିଭାଗ ସୁପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ବାତ୍ୟାରେ ଅଚଳ ହୋଇପଡିଥିବା ବିଦ୍ୟୁତ ଯୋଗାଣକୁ ତ୍ୱରିତ ପଦକ୍ଷେପରେ ସଚଳ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତି ସହ ସମୁଦ୍ର ଉପକୂଳରେ ଥିବା ସ୍କୁଲ ଓ ପକ୍କାଗୃହ ଗୁଡିକ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡିଲେ ବିଡିଓ ଏବଂ ତହସିଲଦାରମାନେ କଚାଘରେ ରହୁଥିବା ଲୋକମାନଙ୍କୁ ନିକଟତମ ନିରାପଦ ପକ୍କାଗୃହକୁ ଆଣିବେ। ଆସନ୍ନ ପ୍ରସବା ମହିଳାମାନଙ୍କୁ ନିକଟତମ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ। ବାତ୍ୟା ଓ ବର୍ଷାରେ ଅଚଳ ହୋଇପଡିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଂପୃକ୍ତ ବିଭାଗ ସଚଳ ଓ ବିଶୋଧନ କରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଚଳ କରାଯିବା ସହ ଜୀବନରକ୍ଷାକାରୀ ଔଷଧ ସହ ସାପକାମୁଡା ଔଷଧ ଗଛିତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ସଂପୃକ୍ତ ଅଚଂଳର ବିଡିଓ ଓ ତହସିଲଦାରମାନଙ୍କୁ ନୋଡାଲ ଅଫିସର, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ନିୟୋଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.