Home ଜିଲ୍ଲା ପରିକ୍ରମା ବାତ୍ୟାର କ୍ଷୟ କ୍ଷତି ଆକଳନ ପାଇଁ ସିପିଆଇଏମ୍ ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ଅଂଚଳ ପରିଦର୍ଶନ

ବାତ୍ୟାର କ୍ଷୟ କ୍ଷତି ଆକଳନ ପାଇଁ ସିପିଆଇଏମ୍ ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ଅଂଚଳ ପରିଦର୍ଶନ

19

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇଏମ୍ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକଙ୍କ ନେତୃତ୍ୱ ରେ ଚାନ୍ଦବାଲି ତହସିଲ୍ ଅଧିନ ବାଂଶଡା ଥାନା ଅନ୍ତର୍ଗତ ପ୍ରାୟ ୨୦ ଗୋଟି ପଂଚାୟତ ଗ୍ରସ୍ତ କରି ବାତ୍ୟା କ୍ଷତି ସଂକ୍ରାନ୍ତରେ ଆକଳନ କରିଛନ୍ତି।ଧାମରା ଅଂଚଳରେ ଦୋସିଙ୍ଗା,କଇଥକୋଲା, ଜାଗୁଳା, ଧାମରା, ଯଶିପୁର, ଜଳେଶ୍ୱର ପୁର, ନୂଆଗାଁ,ନଳଗୋହୀରା ମୌସୁଧା ଏବଂ ଘେଂଟଶ୍ୱର ଅଂଚଳରେ ଚାରି ପଂଚାୟତ ଯଥା ଖଦାଳ ପୋଖରୀ,ତୋଟାପଡା, ଗୋପୀନାଥ ପୁର,ବଜରାପୁର ଏବଂ ଚାନ୍ଦବାଲି ଥାନା ଅଧୀନ ନାଲଗୁଣ୍ଡା, ଘଟପୁର ଆଦି ପଂଚାୟତ ପରିକ୍ରମା କରି କ୍ଷୟ କ୍ଷତି ଦେଖିଥିଲେ।ବିଭିନ୍ନ ପଂଚାୟତରରେ ଧାନ କ୍ଷେତ ଗୁଡିକ ମୂଖ୍ୟ ଅଂଶ କ୍ଷତି ଘଟିଛି। ଯେଉଁ ଧାନ ଗଛଗୁଡିକ ଫୁଲିଥିଲା ଏବଂ ଧାନ କେଣ୍ଡା ସଂଚୁରି ଥିଲା ସେଗୁଡିକ ସଂପୂର୍ଣ୍ଣ ଭାବେ ନଷ୍ଟ। କାରଣ ସେଥିରେ ଧାନ ଦାନା ବାନ୍ଧିବାର କୌଣସି ସମ୍ଭାବନା ନାହିଁ। ଥୋଡ ହୋଇଥିବା ଧାନ ଗଛ ଗୁଡିକ ମଧ୍ୟ ବିକ୍ଷିପ୍ତ ବର୍ଷା ପବନ ଦ୍ୱାରା କ୍ଷତି ଘଟିଛି।ମୋଟା ମୋଟା ଭାବେ ଚାନ୍ଦବାଲି ଅଂଚଳରେ ପ୍ରାୟ ୬୦ ଭାଗ ରୁ ଉର୍ଦ୍ଧ୍ୱ ଧାନ ଚାଷ କ୍ଷତି ହୋଇଛି।ସେହିପରି ଦିଗଛିଆ ଠାରୁ ବାଂଶଡା ପର୍ଯ୍ୟନ୍ତ ଧାମରାରୁ ବାସୁଦେବପୁର ଏବଂ ଜିଲ୍ଲାର ବିଭିନ୍ନ ଆଡେ ରାସ୍ତାରେ ଅନେକ ଇଲେକ୍ଟ୍ରି ପୋଲ ପବନ ଆଘାତରେ ଶୋଇ ଯାଇଛି ଏବଂ ବାଙ୍କି ଯାଇଛି।ଅଧିକାଂଶ ମାଟି ଘର ଭାଙ୍ଗି ଯାଇଛି। ଧାମରା ଦୋସିଙ୍ଗା ପଞ୍ଚାୟତର ବାସିନ୍ଦା କହିବା ଅନୁସାରେ ସେମାନଙ୍କ ଘର ବାତ୍ୟାରେ ଭାଙ୍ଗି ଯାଇଥିଲେହେଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ। ବରଂ ସେମାନେ ରହିବା ପାଇଁ ନିଜ ଉଦ୍ୟମରେ ପଲିଥିନ୍ ଯୋଗାଡ କରି ରହିଛନ୍ତି।ବାତ୍‌ଯା ଆଶ୍ରୟ ସ୍ଥଳରେ ଯେଉଁମାନେ ଥିଲେ ସେମାନେ ଠିକ୍ ଭାବେ ଖାଦ୍ୟ ପାନୀୟ ପାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏବଂ ଅଧିବାସୀଙ୍କୁ ପର୍ଯ୍ୟାପ୍ତ କ୍ଷତି ପୂରଣ ଦିଆଯିବା ଆବଶ୍ୟକ।ଯେଉଁ ମାନଙ୍କ ଘର ସବୁ ଭାଙ୍ଗି ଯାଇଛି,ଅବିଳମ୍ବେ ସେମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ସିପିଆଇଏମ୍ ଜିଲ୍ଲା କମିଟି ଦାବି କରୁଛି। ଏବଂ ଅବିଳମ୍ବେ ବିଦ୍ୟତ୍ ସଂଯୋଗ କରାଯାଇ ପିଇବା ପାଣି ଯୋଗାଇ ଦିଆଯାଉ।ଇଲେକ୍ଟ୍ରି ମରାମତି କାମ ମନ୍ଥର ଗତିରେ ଚାଲିଥିବାରୁ ସିପିଆଇଏମ୍ ଜିଲ୍ଲା ନେତୃତ୍ୱ ଉଦବେଗ ପ୍ରକାଶ କରୁଛି। ଭଦ୍ରକ ସହରାଂଚଳରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ସିପିଆଇଏମ୍ ଦାବି କରୁଛି। ଅଭାବୀ ମଣିଷ ଯେଉଁ ମାନେ କାମ ହରେଇଛନ୍ତି ସେମାନଙ୍କୁ ରିଲିଫ ଦିଆଯାଉ। ଏ ସଂପର୍କରେ ଆମ୍ଭେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛୁ।ଏହି ପ୍ରତିନିଧି ଦଳରେ ସିପିଆଇଏମ୍ ର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା କ୍ଷେତ ମଜଦୁର ନେତା ପ୍ରଫୁଲ୍ଲ ପାଢୀ, ସମ୍ପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ,ଜିଲ୍ଲା କମିଟି ସଭ୍ୟ ତଥା କ୍ଷେତ ମଜଦୁର ୟୁନିୟନର ଜିଲ୍ଲା ସମ୍ପାଦକ ଗିରିଧାରୀ ନାଥ, ଚାନ୍ଦବାଲି ଆଂଚଳିକ କମିଟିର ସମ୍ପାଦକ ଗୌରାଙ୍ଗ ଜେନା ଅଂଶ ଗ୍ରହଣ କରି କ୍ଷୟ କ୍ଷତି ଦେଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.