Home ଜିଲ୍ଲା ପରିକ୍ରମା ବାତ୍ୟାରେ ଉପୁଡିଲା ମା’ ଚେକା ସାଅନ୍ତାଣି ବଟବୃକ୍ଷ, ବିଦ୍ୟୁତ ଖୁଣ୍ଟ; ଭାଙ୍ଗିଲା ଘର

ବାତ୍ୟାରେ ଉପୁଡିଲା ମା’ ଚେକା ସାଅନ୍ତାଣି ବଟବୃକ୍ଷ, ବିଦ୍ୟୁତ ଖୁଣ୍ଟ; ଭାଙ୍ଗିଲା ଘର

59

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଅଞ୍ଚଳରେ ବାତ୍ୟା ‘ୟସ’ ପ୍ରଭାବରେ ବହୁ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ବେଳେ ବହୁ କଚାଘର ଭାଙ୍ଗିପଡିଛି। ସଦର ଦକ୍ଷିଣବାଡ ପଞ୍ଚାୟତର ବଣସାହି ଗ୍ରାମ ନିକଟରେ ଥିବା ପ୍ରତକ୍ଷଦେବୀ ମା’ ଚେକା ସାଆନ୍ତାଣି ପୀଠ ସଂଲଗ୍ନ ବହୁ ପୁରାତନ ବଟବୃକ୍ଷ ବାତ୍ୟାରେ ଧରାସାୟୀ ହୋଇଛି। ଶ୍ରଦ୍ଧାଳୁମାନେ ଏହି ବଟବୃକ୍ଷରେ ପୁରୁଷ ପୁରୁଷ ଧରି ବ୍ରତସୂତ୍ର ବାନ୍ଧି ନିଜର ମନସ୍କାମନା ପୂରଣ ପାଇଁ ମାନସିକ କରୁଥିଲେ। ମା’ଙ୍କ ପୂଜକ ମ୍ମ ଏହି କଳ୍ପବଟକୁ ପୂଜା କରୁଥିଲେ। ଏବେ ଏହା ଉପୁଡିପଡିଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମନରେ ଦୁଃଖ ଭରିଦେଇଛି। ଏହାସହ ବ୍ଲକର ବିଭିନ୍ନ ଅଞ୍ଚଳରେ କଚାଘର ଭାଙ୍ଗିପଡିଛି। ବିଦ୍ୟୁତ ଖୁଣ୍ଟ ମ୍ମ ଉପୁଡିପଡିଛି। ଡାଳୁଅ ଧାନ ଓ ରବି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାର ସୁଦ୍ଧା କ୍ଷୟକ୍ଷତିର ପ୍ରାଥମିକ ଚିତ୍ର ସ୍ପଷ୍ଟ ହେବ ବୋଳି ପ୍ରଶାସନ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.