Home ଜିଲ୍ଲା ପରିକ୍ରମା ବାଣିତିଆ ମଙ୍ଗଳପଦାରେ ବୃକ୍ଷରୋପଣ

ବାଣିତିଆ ମଙ୍ଗଳପଦାରେ ବୃକ୍ଷରୋପଣ

11

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବେହେରା, ମା’ ମଙ୍ଗଳା ରଜ କମିଟି ଓ ଟ୍ରି ଫ୍ୟାମିଲିର ମିଳିତ ସହଯୋଗରେ ବାଣିତିଆର ମଙ୍ଗଳାପଦାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ରାମଚନ୍ଦ୍ର ବେହେରା, ଟ୍ରି ଫ୍ୟାମିଲି ସଦସ୍ୟ ସୁରେନ୍ଦ୍ର କୁମାର କର, ନିରଂଜନ ଉପାଧ୍ୟାୟ, ଅଶୋକ ନାୟକ, ଗିରିଜା ଦାସ ଏବଂ ମା’ ମଙ୍ଗଳା ରଜ କମିଟିର ସଦସ୍ୟ ଚନ୍ଦନ ଥାଟୋଇ, ବିଜୟ ଥାଟୋଇ, ସିପୁ ଥାଟୋଇ, ତପନ ମହାନ୍ତି ଓ ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ ପ୍ରକାର ଚାରା ମଧ୍ୟରେ ବଉଳ, ଦେବଦାରୁ, ରାଧାଚୁଡା, କୃଷ୍ଣଚୁଡା ଓ କଦମ୍ବ ଭଳି ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏଥିସହ ଗଛଗୁଡିକୁ ପ୍ଲାଷ୍ଟିକ୍ ଜାଲି ଦ୍ୱାରା ଆବଦ୍ଧ କରାଯାଇ ସୁରକ୍ଷିତ ରଖାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ବୃକ୍ଷ ହିଁ ଜୀବନ, ଏହି ବାର୍ତ୍ତା ସମାଜକୁ ବିଭିନ୍ନ ମାଧ୍ୟମରେ ଦେଇ ଚାଲିଛନ୍ତି ଭଦ୍ରକର ବିଶିଷ୍ଟ ସମାଜସେବୀ ଶ୍ରୀ ବେହେରା ଓ ଟ୍ରି ଫ୍ୟାମିଲିର ସଦସ୍ୟମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.