Home ଜିଲ୍ଲା ପରିକ୍ରମା ବାଣିତିଆ ପଂଚାୟତର ୯ ନଂ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ

ବାଣିତିଆ ପଂଚାୟତର ୯ ନଂ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ

5

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧୀନ ବାଣିତିଆ ପଂଚାୟତର ୯ନମ୍ବର ରାସ୍ତା କଥା । ଓଡିଶା ସରକାରଙ୍କ ‘ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ’ଯୋଜନା ମାଧ୍ୟମରେ ଭଦ୍ରକର ବାଣୀତିଆ ଗ୍ରାମ ପଂଚାୟତରେ ୨୦୨୪-୨୫ ବର୍ଷ,ଏକ ଲକ୍ଷ ଅଟକଳ ମୂଲ୍ୟରେ ରାସ୍ତା ନିର୍ମାଣ ହୋଇଥିଲା । ରାସ୍ତା ନିର୍ମାଣ ସମୟରେ ନା ଜେ.ଇ ବାବୁଙ୍କ ଦେଖା ଥିଲା, ନା କୌଣସି ସରକାରୀ କର୍ମଚାରୀଙ୍କ । ଠିକା ସଂସ୍ଥା ନିଜ ମନମାନୀରେ ଏତେ ନିମ୍ନ ମାନର ରାସ୍ତା ନିର୍ମାଣ କରିଛନ୍ତି ଯେ, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ… । ଯେଉଁଠି ଦେଢ ଫୁଟର ସୁଠ ପକାଇ ରାସ୍ତା ନିର୍ମାଣ କରିବା କଥା ସେଠି ମାତ୍ର ପାଂଚ ଇଂଚିର ସୁଠରେ କାମ ଚଳେଇ ଦେଇଛନ୍ତି । ସାମାନ୍ୟ ବର୍ଷା ହେଲେ ସବୁ କଂକ୍ରିଟ ଧୋଇ ହୋଈ ଯାଇ ସେଠି ସାହିର ଶାନ୍ତି ଲତା ସେଠି ଓ ସନାତନ ସେଠୀସୁଦାମ ସେଠି ଙ୍ଘରେ ପାଣି ପଶିଯାଇ ଉକ୍ତ ଘରଟି ଧସିଯିବା ଅବସ୍ଥାରେ ଅଛି, ଏପଟେ ରାସ୍ତାର ଅବସ୍ଥା କହିଲେ ନ ସରେ । ପାଣିଗ୍ରାହୀ ସାହି ଠୁ ଆରମ୍ଭକରି ପ୍ରାୟତଃ ପାଂଚ ସାତଟି ସାହିରୁ ବହୁ ପରିମାଣରେ ପାଣି ଆସିଥାଏ ଏହି ରାସ୍ତା ଦେଇ,ରାସ୍ତା କାମ ସରିବାର ମାସେ ନ ପୂରୁଣୁ ଯଦି ଏଭଳିଆ ଅବସ୍ଥା ସତ୍ୱେ ଆଗକୁ ଆଉ କ’ଣ ନ ହେବ…। ଏଠି ଆଉ ଗୋଟେ ବଡ ପ୍ରଶ୍ନ ଉଠୁଛି ଯେ, ବିନା ସରକାରୀ କର୍ମଚାରୀରେ ହିସାବରେ ସାଇନ ବୋର୍ଡ ନିର୍ମାଣ କଲା କିଏ ଯେଉଁଠିସାଇନି ବୋର୍ଡ ସାଡେଚାରି ଫୁଟ ହବା କଥା ସେଇଠି ଦୁଇ ଫୁଟ କରାଯାଇଛି ଯେଉଁଠି କାମ ଆରମ୍ଭ ଠୁ କାମ ସରିବା ଯାଏଁ ସରକାରୀ କର୍ମଚାରୀଙ୍କ ଦେଖାମିଳିନଥିଲା…।ଯାହାଫଳରେ ସ୍ଥାନୀୟ ବାସିନ୍ଦା ହୂରସିୟା ସେଠି, ଚମ୍ପା ସେଠି, ସୁଦାମ ସେଠି, ସନାତନ ସେଠି, ଶାନ୍ତି ସେଠି ଆହୁରି ଅନେକ ଲୋକ ଦୃଢ଼ ନିନ୍ଦା କରି ପ୍ରତିବାଦର ସ୍ୱର ଉଠେଇ ବ୍ଲକ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଖବର ବିଷୟରେ ସବୁକିଛି ଜଣାଇ ଗ୍ରାମ ରାସ୍ତାର ଦୟନୀୟ ସ୍ଥିତି ବଖାଣିଥିଲେ ଆଉ ଅନୁରୋଧ କରିଥିଲେ ଗ୍ରାମର ରାସ୍ତାକୁ ପୁନଃ ନିର୍ମାଣ କରି ଏଭଳିଆ ସମସ୍ୟାରୁ ଅଂଚଳବାସୀଙ୍କୁ ରକ୍ଷା କରିବା ପାଇଁ । କିନ୍ତୁ ଲିଖିତ ଅଭିଯୋଗ ପରେ ସୁଦ୍ଧା କେହି ମଧ୍ୟ ସରକାରୀ ବାବୁ କିମ୍ବା ପ୍ରଶାସନ, ନା ଘଟଣା ସ୍ଥଳକୁ ଆସି ସ୍ଥିତି ପରଖିଛନ୍ତି ନା ଲୋକଙ୍କ ଗୁହାରି ଶୁଣିଛନ୍ତି । ତେଣୁ ବାଧ୍ୟ ହୋଈ ଗଣମାଧ୍ୟମର ସାହାରା ନେଇ ପୁନଃ ସରକାରଙ୍କୁ ଅନୁରୋଧ କରିଛନ୍ତି, ଯଥା ସମ୍ଭବ ରାସ୍ତା ନିର୍ମାଣ କରାଯାଉ ଏବଂ ଯେଉଁ ତଳିଆ କର୍ମଚାରୀଙ୍କ ପାଇଁ ଏମିତି ଦୟନୀୟ ସ୍ଥିତି ଦେଇ ଗ୍ରାମବାସୀ ଗତି କରୁଛନ୍ତି ବା ଯାହାଙ୍କ ପାଇଁ ଆଜି ରାସ୍ତାର ଅବସ୍ଥା କିଛି ଏଭଳିଆ, ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜେଇ ପ୍ରଶାନ୍ତ ସାହା ଙ୍କୁ ତୁରନ୍ତ ନିଲମ୍ବିତ କରନ୍ତୁ ନଚେତ ଆଗାମୀ ଦିନରେ ରାଜରାସ୍ତାରେ ସରକାର ବିରୋଧି ନାରା ଦେବାକୁ ଗ୍ରାମବାସୀ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବାଣିତିଆ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.