Home ଜିଲ୍ଲା ପରିକ୍ରମା ବାଡ଼ ବସାଇବାକୁ କେନ୍ଦ୍ର କରି ଆକ୍ରମଣ, ୪ ଆହତ

ବାଡ଼ ବସାଇବାକୁ କେନ୍ଦ୍ର କରି ଆକ୍ରମଣ, ୪ ଆହତ

12

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ଥାନା ବୋଡ଼କ ପଂଚାୟତ ଅଧୀନ ଓରାଳି ଗ୍ରାମରେ ବାଡ଼ ବସାଇବାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅକ୍ରମଣରେ ୪ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସ ୨୨୮/୨୫ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି। ଓରାଳି ଗ୍ରାମର ଗାୟତ୍ରୀ ବେହେରାଙ୍କ ଅଭିଯୋଗରୁ ଜଣାଯାଇଛି ଯେ, ରବିବାର ପୂର୍ବାହ୍ନରେ ତାଙ୍କ ଶଶୁର ଶୁକୁରା ପାତ୍ର ତାଙ୍କ ପୁରୁଣା ବାଡ଼ରେ ବାଉଁଶ ପୋତି ବାଡ଼ ବସାଉଥିଲେ। ଏହି ସମୟରେ ଅପରପକ୍ଷର ସୁନିତା ବେହେରା ଏବଂ ଜୟନ୍ତୀ ବେହେରା ଗାଳିଗୁଲଜ କରି ବାଡ଼କୁ ଭାଙ୍ଗି ଦେଇଥିଲେ। ପରେ ଅପରାହ୍ନରେ ଅପରପକ୍ଷର ଦୁର୍ଯ୍ୟଧନ ବେହେରା ଗ୍ରାୟତ୍ରୀଙ୍କ ସ୍ୱାମୀ ତପନ ପାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ଶାଶୁ କୁନ୍ତଳା ପାତ୍ର, ଶଶୁର ଶୁକୁରା ଏବଂ ତାଙ୍କୁ ଅପରପକ୍ଷମାନେ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ଗାୟତ୍ରୀ ବେହେରା, ଶୁକୁରା ପାତ୍ର, ତପନ ପାତ୍ର, କୁ୍‌ନ୍ତଳା ପାତ୍ର ଆହତ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗାୟତ୍ରୀ ଏବଂ କୁନ୍ତଳାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.