Home ଜିଲ୍ଲା ପରିକ୍ରମା ବାଡ଼ିରେ କୁଟା ପଡ଼ିବାରୁ ଯୁବକଙ୍କ ତଂଟି ଚିପି ହତ୍ୟା ଅଭିଯୋଗ

ବାଡ଼ିରେ କୁଟା ପଡ଼ିବାରୁ ଯୁବକଙ୍କ ତଂଟି ଚିପି ହତ୍ୟା ଅଭିଯୋଗ

9

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ଗୋପାଳସାହି ଗ୍ରାମରେ ବୁଧବାର ସନ୍ଧ୍ୟାରେ ବାଡ଼ିରେ କୁଟା ପଡ଼ିବାକୁ ନେଇ ବିଜୟ ବେହେରା (୩୫) ନାମକ ଯୁବକଙ୍କୁ ତଂଟି ଚିପି ହତ୍ୟାକାରାଯାଇଥିବା ଅଭିଯୋଗ ହୋଇଛି। ଏହିଁ ଘଟଣା ସମ୍ପର୍କରେ ବିଜୟଙ୍କ କକା ପୁଅ ସୁରେନ୍ଦ୍ର ବେହେରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମକଦ୍ଦମା (ନଂ ୨୭/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗରୁ ଜଣାଯାଇଛି ଯେ ବିଜୟ ଏବଂ ତାଙ୍କ ପରିବାର ଲୋକେ ବୁଧବାର ସନ୍ଧ୍ୟାରେ ଧାନ ପିଟା ମେସିନ ସହାୟତାରେ ଧାନ ପିଟୁଥିଲେ। ମେସିନରୁ ଧୂଳି ଓ କୁଟା ଉଡ଼ି ପଡ଼ୋଶୀ ଶ୍ରୀକାନ୍ତ ବେହେରାଙ୍କ ବାଡ଼ିରେ ପଡ଼ିଥିଲା । ଏହାକୁ ନେଇ ଶ୍ରୀକାନ୍ତ ବିଜୟଙ୍କୁ ମେସିନ ବନ୍ଦ କରିବାକୁ କହିଥିଲେ । ମାତ୍ର ସେମାନେ ମେସିନ ବନ୍ଦ ନକରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଶ୍ରୀକାନ୍ତଙ୍କ ପରିବାର ଲୋକେ ମିଳିତ ଭାବେ ବିଜୟଙ୍କ ତଂଟି ଚିପି ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଗୁରୁତର ଅବସ୍ଥାରେ ବିଜୟଙ୍କୁ ତିହିଡି଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଦେଖି ଡାକ୍ତର ବିଜୟଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.