Home କେନ୍ଦ୍ରାପଡ଼ା ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟରୋଗୀଙ୍କୁ ସହାୟତା

ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟରୋଗୀଙ୍କୁ ସହାୟତା

10

କେନ୍ଦ୍ରାପଡା, ୧୬/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ମଙ୍ଗଳବାର ମାର୍ଶାଘାଇ ଥାନା ଅନ୍ତର୍ଗତ ହାତିଆ ଗ୍ରାମର ସ୍ୱର୍ଗତ ରମେଶ ଲେଙ୍କାଙ୍କ ଘରେ ପହଁଚିଥିଲେ। ଗର୍ଭାଶୟ କର୍କଟ ରୋଗରେ ପିଡିତ ତଥା ଶଯ୍ୟାଶାୟୀ ସ୍ୱର୍ଗତ ଲେଙ୍କାଙ୍କ ପତ୍ନୀ ସୁମିତ୍ରା ଲେଙ୍କାଙ୍କୁ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଓ ଟ୍ରଷ୍ଟର ସଦସ୍ୟ ଚିତ୍ତରଞ୍ଜନ ଦାସ ଶାଲ, ଶାଢୀ, ହଲିକ୍ସ, ବିସ୍କୁଟ, ଫଳ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କେନ୍ଦ୍ରାପଡା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ମଲ୍ଲିକ ମଧ୍ୟ ଏକ କମ୍ବଳ ସୁମିତ୍ରାଙ୍କୁ ପ୍ରଦାନ କରିଥିଲେ। ଆଗାମୀ ଦିନରେ ସୁମିତ୍ରାଙ୍କ ଏକମାତ୍ର ପୁଅ ନବମଶ୍ରେଣୀର ଛାତ୍ର କଳ୍ପତରୁ ଲେଙ୍କା(୧୪)ଙ୍କ ପାଠପଢା ନିମନ୍ତେ ଆର୍ଥିକ ସହାୟତା ମଧ୍ୟ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯିବ ବୋଲି ସଂଯୋଜକ ଶ୍ରୀ ମହାନ୍ତି ପ୍ରତିଶୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.