Home କେନ୍ଦ୍ରାପଡ଼ା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗରୀବଙ୍କୁ ଶୁଖିଲା ଖାଦ୍ୟ ବଂଟନ

ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗରୀବଙ୍କୁ ଶୁଖିଲା ଖାଦ୍ୟ ବଂଟନ

169

କେନ୍ଦ୍ରାପଡା ୨୩/୪ (ଓଡ଼ିଆ ପୁଅ ଚିତ୍ତରଞ୍ଜନ ଦାସ) – ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଗରାପୁର-ଆଳିଜଙ୍ଗା ରାସ୍ତା କଡରେ ରହୁଥିବା ଦଳିତ ଗରୀବ ପରିବାର ଗୁଡିକୁ ଶିବାନନ୍ଦ ଆଶ୍ରମର ବ୍ରହ୍ମଚାରିଣୀ ଶ୍ରୀ ମା ଦିବ୍ୟ ସ୍ୱରୂପା ଚୈତନ୍ୟ ଏହି ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ବଂଟନ କରିଥିଲେ। ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ନଳିନି ବିହାରୀ ମହାନ୍ତି, ଚିତ୍ତରଞ୍ଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିଭଳି ନସଡିପୁରର ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଏଥିସହିତ ମହାକାଳପଡା ବ୍ଲକ ଅନ୍ତର୍ଗତ ଲୁଥେରାନ ମହିଳା ସମିତି ପରିଚାଳିତ ସ୍ୱଧାର ଗୃହ ଓ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତି ପରିଚାଳିତ ସ୍ୱଧାର ଗୃହର ଅନ୍ତେବାସୀଙ୍କ ପାଇଁ ପ୍ରତ୍ୟେକଙ୍କୁ ୫୦କିଲୋଗ୍ରାମ କରି ଚୁଡା ପ୍ରଦାନ କରାଯାଇଛି। ଲକଡାଉନ ବଳବତ୍ତର ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.