Home କେନ୍ଦୁଝର ବାଜିଲା ପଞ୍ଚାୟତ ନିର୍ବାଚନୀ ବିଗୁଲ, ନିର୍ବାଚନୀ ଉଷ୍ଣତା ବୃଦ୍ଧି

ବାଜିଲା ପଞ୍ଚାୟତ ନିର୍ବାଚନୀ ବିଗୁଲ, ନିର୍ବାଚନୀ ଉଷ୍ଣତା ବୃଦ୍ଧି

46

ହାଟଡ଼ିହି, ୧୩/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତ ଠାରୁ ଆରମ୍ଭ କରି ୱାର୍ଡ ପର୍ଯ୍ୟନ୍ତ ସବୁଠି ମରାଯାଇଛି ନୋଟିସ । ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ, ୩୧ଟି ପଞ୍ଚାୟତ ସମେତ ୪୧୯ଟି ୱାର୍ଡରେ ହେବ ନିର୍ବାଚନ । ଆସନ୍ତା ଜାନୁୟାରୀ ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ôଥମାନେ ପଞ୍ଚାୟତ କାର୍ଯ୍ୟାଳୟରେ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ । ସମିତିସଭ୍ୟ ପ୍ରାର୍ôଥମାନେ ବ୍ଲକ କାର୍ଯ୍ୟାଳୟରେ ଓ ଜିଲ୍ଲାପରିଷଦ ପ୍ରାର୍ôଥମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବେ । ୨୨ତାରିଖ ନାମାଙ୍କନପତ୍ର ଯାଞ୍ଚ କରାଯିବ ଓ ୨୫ତାରିଖ ଅପରାହ୍ନ ୩ଟା ପ୍ରାର୍ôଥପତ୍ର ପ୍ରତ୍ୟାହାର କରାଯିବ ବୋଲି ଧାର୍ଯ୍ୟ ହୋଇଛି । ହାଟଡିହି ବ୍ଲକରେ ୪୧୯ଟି ବୁଥରେ ଆସନ୍ତା ଫେବୃୟାରୀ ୨୦ତାରିଖରେ ନିର୍ବାଚନ ପାଇଁ ଦିନଧାର୍ଯ୍ୟ କରାଯାଇଛି । ମୋଟ ୧ଲକ୍ଷ ୩୦ହଜାର ୨୮୦ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୬୫୮୩୮ଜଣ ପୁରୁଷ ଭୋଟର ହୋଇଥିବାବେଳେ ୬୪୩୬୨ଜଣ ମହିଳା ଭୋଟର ଅଛନ୍ତି । ୪୧୯ଟି ବୁଥ ମଧ୍ୟରୁ ୬୪ଟି ବୁଥ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ୨୩୪ଟି ସମ୍ବେଦନଶୀଳ ଓ ୧୨୧ଟି ସାଧାରଣ ବୋଲି ଦର୍ଶାଯାଇଛି । ଆଜି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯିବାପରେ ପ୍ରତି ୱାର୍ଡରେ ମଧ୍ୟ ରାଜନୀତି ପାଣିପାଗ ସରଗରମ ହେଲାଣି । ବିଶେଷକରି ଛକ ବଜାର ମାନଙ୍କରେ ଆଜିଠାରୁ ପ୍ରାର୍ଥୀ ଚୟନ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସରପଞ୍ଚ, ସମିତିସଭ୍ୟ ପଦପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମର୍ଥକଙ୍କ ଭିତରେ କଡା ମୁକାବିଲା ଆଶା କରାଯାଉଥିବାବେଳେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଲଢ଼େଇ ଦଳୀୟ ଚିହ୍ନରେ ହେଉଥିବାରୁ ଏଥିପାଇଁ ଆଶାୟୀ ମାନଙ୍କ ମଧ୍ୟରେ ପ୍ରବଳ ଛକକା ପଞ୍ଝା ଲାଗିଛି । ବିଶେଷକରି ବିଜୁ ଜନତାଦଳରୁ ଟିକେଟ ହାତେଇବା ପାଇଁ ପ୍ରତିଦ୍ୱନ୍ଦିତା ଜୋରଦାର ହୋଇଛି । ୩୪ନଂ ଜୋନ ଜିଲ୍ଲାପରିଷଦ ପଦବୀ ପାଇଁ ଏକ ରକମ ପ୍ରାର୍ଥୀ ଚୁଡାନ୍ତ ହୋଇଥିବାବେଳେ ୩୫ଓ ୩୬ ନମ୍ବର ଜୋନ ପାଇଁ ମାଳ ମାଳ ଆଶାୟୀ ଲବିରେ ଅଛନ୍ତି । ୩୫ନଂ ଜୋନରେ ୩ଜଣ ଆଶାୟୀ ଲବିରେ ଥିବାବେଳେ ୩୬ନଂ ଜୋନରେ ୩ ଜଣ ଆଶାୟୀ ଅଛନ୍ତି । ସେହିପରି ୩୭ ନମ୍ବର ଜୋନରେ ବିଜେଡି ପକ୍ଷରୁ କିଏ ପ୍ରାର୍ôଥ ହେବ ସେନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ସେହିପରି କଂଗ୍ରେସ ପକ୍ଷରୁ ୪ଟିଯକ ଜୋନର ପ୍ରାର୍ଥୀ ତାଲିକା ଏକ ପ୍ରକାର ଚୁଡାନ୍ତ ହୋଇଯାଇଥିବାବେଳେ ବିଜେପି ପକ୍ଷରୁ ମଧ୍ୟ ପ୍ରାର୍ôଥ ଚୟନ ଏକପ୍ରକାର ଚୁଡାନ୍ତ ହୋଇ ରହିଛି । ସେହିପରି ପଢ଼ିଆରିପଲ୍ଲୀ, ବଞ୍ଚୋ, ବାଙ୍ଗୋର, ବାଲିବରେଇ, ଧନୁର୍ଜୟପୁର, ପନ୍ଦାଡୋ, ହାଟଡିହି, ମରୈଗାଁ, ସମଣା, ଆମ୍ବୋ, ହାବଳେଶ୍ୱର, ଗେଡମା, ବଡରମ୍ପାସ, ଡଅଁର, ଅକରୁଆ ପ୍ରଭୃତି ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବଢ଼ି ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.