Home କେନ୍ଦୁଝର ବାଙ୍ଗୋର ପ୍ରାଣୀ ସହାୟକ କେନ୍ଦ୍ରରେ ଅଧିକା କର୍ମଚାରୀ ନିଯୁକ୍ତି ଦାବି

ବାଙ୍ଗୋର ପ୍ରାଣୀ ସହାୟକ କେନ୍ଦ୍ରରେ ଅଧିକା କର୍ମଚାରୀ ନିଯୁକ୍ତି ଦାବି

26

ହାଟଡ଼ିହି-୨୧/୩, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବାଙ୍ଗୋର ଠାରେ ଥିବା ପଶୁ ଚିକିତ୍ସାକେନ୍ଦ୍ରରେ ଅଧିକା କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହେଉଛି । ଏଠାରେ ଥିବା ପ୍ରାଣୀସହାୟକ କାର୍ଯ୍ୟାଳୟରେ ଜଣେ ମାତ୍ର ପ୍ରାଣୀଧନ ନିରିକ୍ଷକ କାର୍ଯ୍ୟ କରୁଥିବାବେଳେ ସେ ବାଙ୍ଗୋର ସମେତ ପଢ଼ିଆରିପଲ୍ଲୀ ପ୍ରାଣୀସହାୟକ କେନ୍ଦ୍ରର ଦାୟିତ୍ୱରେ ଅଛନ୍ତି । ଯାହା ଫଳରେ ପଢ଼ିଆରିପଲ୍ଲୀ, ବାଙ୍ଗୋର, କେ ବାଲିପାଳ, ହଦଗଡ, ଧନୁର୍ଜୟପୁର ଭଳି ୫ଟି ପଞ୍ଚାୟତର ଦାୟିତ୍ୱ ଏକୁଟିଆ ବୁଝୁଛନ୍ତି । ୫ଟି ଯାକ ପଞ୍ଚାୟତ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାବେଳେ ଗମନା ଗମନ କ୍ଷେତ୍ରରେ ନାନା ଅସୁବିଧା ଭୋଗ କରିବାକୁ ପଡୁଛି । ପ୍ରାଣୀଧନ ନିରିକ୍ଷକ ଜଣକ ବାଙ୍ଗୋରରେ ରହୁଥିବାବେଳେ ନିୟମିତ ଗାଁ ଗାଁ ବୁଲି ଟୀକାକରଣ କାର୍ଯ୍ୟ କରିବା ସୁବିଧା ଜନକ ହେଉ ନାହିଁିଁ । ଅଧିକାଶଂ ସମୟରେ ଗାଁ ଗାଁ ବୁଲି ଟୀକାକରଣ କାର୍ଯ୍ୟ କରୁଥିବାରୁ ଲୋକମାନେ ପ୍ରାଣୀଧନ ନିରିକ୍ଷକ ଆସୁନଥିବା ଭଳି ଭ୍ରମ ସୃଷ୍ଟି ହେଉଛି । ଯାହାଦ୍ୱାରା ଲୋକମାନେ ସେମାନଙ୍କ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରକୁ ଆସି ଫେରୁଛନ୍ତି । ଏଣୁ ଏଠାରେ ଅଧିକା କର୍ମଚାରୀ ନିଯୁକ୍ତି ଦେବାକୁ କେନ୍ଦୁଝର ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.